ଦେବଗଡ,୧ା୨(ଶଶାଙ୍କ ଶେଖର ଝାଙ୍କର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି । ଏହାପରେ ଶିକ୍ଷାବିତଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଦେବଗଡ ଶିକ୍ଷାବିତ୍ ଡ. ରାମଚନ୍ଦ୍ର ମହାପାତ୍ର କହିଛନ୍ତି ବଜେଟ୍ ୨୦୨୬ ଏକ ଯୁଗାନ୍ତକାରୀ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ବଜେଟରେ ସବୁ ଦିଗକୁ ଖୁସି କରିବା ପାଇଁ ଚେଷ୍ଟା କରିଛନ୍ତି ।
ଅର୍ଥମନ୍ତ୍ରୀ ବଜେଟରେ ବିଶେଷକରି ଶିକ୍ଷା ଉପରେ ଗୁରୁତ୍ବାରୋପ କରିଛନ୍ତି । ଫଳରେ ଯେଉଁମାନେ ଉଚ୍ଚଶିକ୍ଷା ଲାଭ କରୁଥିବେ ସେମାନେ ଉପକୃତ ହୋଇପାରିବେ । ଏହି ବଜେଟରେ ମଧ୍ୟବିତ୍ତ ଶ୍ରେଣୀ ପାଇଁ କୌଣସି ପ୍ରକାରେ ସୁବିଧା ନାହିଁ । କାରଣ ଆଶାଥିଲା ଟିକସ ସ୍ଲାବରେ ନିଶ୍ଚିତ ଭାବରେ ପରିବର୍ତ୍ତନ ଆସିବ । କିନ୍ତୁ ବଜେଟରେ ତାହା ହେଲା ନାହିଁ । ମହିଳାମାନେ ଆଶା କରୁଥିଲେ ଯେ, ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଗୁଡିକର ଦରଦାମ୍ ଦ୍ରାସ ପାଇବ । କିନ୍ତୁ ତାହା ମଧ୍ୟ ହେଲା ନାହିଁ । ଯଦିଓ ଏହି ବିଭାଗ ଗୁଡିକୁ ଅଣଦେଖା କରାଯାଇଛି କିନ୍ତୁ ଶିକ୍ଷା ଏବଂ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବାରୋପ କରାଯାଇଥିବା କହିଛନ୍ତି ।