ନିୟମିତ ବିଦ୍ୟାଳୟ ପରିଦର୍ଶନ କରୁଛନ୍ତି ଶିକ୍ଷାଧିକାରୀ

କର୍ଲାମୁଣ୍ଡା,୧୦ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟକୁ ଶିକ୍ଷା ବିଭାଗର ବିଇଓ, ଏବିଇଓ, ବିଆରଟି, ସିଆରସିସିମାନେ ନିୟମିତ ପରିଦର୍ଶନ କରୁଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ଗୁରୁବାର କର୍ଲାମୁଣ୍ଡା ବ୍ଲକ ଶିକ୍ଷାଧିକାରୀ ବାଞ୍ଛାନିଧି ପଣ୍ଡା ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ନୋଡାଲ ସିଆରସିସିଙ୍କ ସମେତ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକ ଉପସ୍ଥିତ ଥିଲେ।

ସେହିପରି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରୋହିତ କୁମାର ରଣା ପୁଟିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କର୍ଲାମୁଣ୍ଡା ନୋଡାଲ ସିଆରସିସି ପ୍ରସନ୍ନ କୁମାର ସାହୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସିଆର୍‌ସିସି ପ୍ରଭା ରଞ୍ଜନ ବନଛୋର କଣ୍ଡରେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସିଆରସିସି ଉଜ୍ଜଳ କୁମାର ସାହୁ ଭଟାପଲା ହାଇସ୍କୁଲ, ଯମୁନାପୁର ପ୍ରାଥମିକ ବିଦ୍ୟାଳୟ, ରେଙ୍ଗାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ।

Share