ମାତ୍ର ୬ ମାସରେ କରନ୍ତୁ ଏହି କୋର୍ସ: ମନଲାଖି ଚାକିରି ସାଙ୍ଗକୁ ମିଳିବ ମୋଟା ଅଙ୍କର ଦରମା…

ନୂଆଦିଲ୍ଲୀ,୧୧।୧: ଆଇଟି ସେକ୍ଟରରେ ଚାକିରି ଲାଗି ଅନେକ ବିକଳ୍ପ ରହିଛି। ଡିଜିଟାଲର ବିସ୍ତାର ହେବା ପରେ ଚାକିରି ସୁଯୋଗ ମଧ୍ୟ ବଢ଼ୁଥିବା ନଜର ଆସୁଛି। ମାର୍କେଟରେ ଏବେ ସ୍କିଲ୍‌ ବେସ୍‌ଡ ପ୍ରୋଫେଶନାଲର ଡିମାଣ୍ଡ ଅଧିକ ହୋଇଛି। ମାର୍କେଟରେ ଏବେ ଅନେକ ସୀମିତ ସମୟ ଥିବା ଏବଂ ସାର୍ଟିଫିକେଟ୍‌ କୋର୍ସ କରାଯାଉଛି। ଏହି କୋର୍ସ(ପାଠ୍ୟକ୍ରମ) ଦ୍ୱାରା ଆପଣ ମୋଟା ଅଙ୍କର ଦରମା ପାଉଥିବା ଚାକିରି କରିପାରିବେ।

ଡାଟା ସାଇନ୍ସ ସାର୍ଟିଫିକେଶନ: ଜବ୍‌ ମାର୍କେଟ ଅନୁଯାୟୀ ଡିଜିଟାଲ ପ୍ଲାଟଫର୍ମର ବିସ୍ତାର ସହ ଡାଟା ସାଇନ୍ସର ଡିମାଣ୍ଡ ବହୁତ ବଢ଼ିଛି। ଏଣୁ ଡାଟା ସାଇନ୍ସ ସାର୍ଟିଫିକେଶନ କୋର୍ସ କରି କ୍ୟାରିୟର କରିପାରିବେ।

ଏଆଇ ସାର୍ଟିଫିକେଶନ: ଅନେକ ଟପ୍‌ ଇନଷ୍ଟିଚ୍ୟୁଟ୍‌ ଏଆଇ ସାର୍ଟିଫିକେଟ୍‌ କୋର୍ସ କରାଉଛନ୍ତି। ଆଗାମୀ ସମୟରେ ଏହାର ଆବଶ୍ୟକତା ବଢ଼ିପାରେ।

ବିଜିନେସ୍‌ ଆନାଲିଟିକ୍ସ: ବିଜିନେସ୍‌ ଆନାଲିଷ୍ଟର ଡିମାଣ୍ଡ ଗତ କିଛି ବର୍ଷ ମଧ୍ୟରେ ବହୁତ ଅଧିକ ହୋଇଛି। ଏଣୁ ଆପଣ ବିଜିନେସ ଆନାଲିଟିକ୍ସର ସାର୍ଟିଫିକେଟ୍‌ କୋର୍ସ କରିପାରିବେ।

ମାର୍କେଟିଂ ସାର୍ଟିଫିକେଶନ୍‌ସ: କୌଣସି ବ୍ୟବସାୟରେ ଆଗକୁ ବଢ଼ିବା ଲାଗି ମାର୍କେଟରର ଆବଶ୍ୟକତା ରହିଛି। ଏମିତିରେ ମାର୍କେଟିଂ ସାର୍ଟିଫିକେଟ୍‌ କୋର୍ସ କରି ଭଲ ରୋଜଗାର କରିପାରିବେ।

Share
Tags: Business