ନୂଆଦିଲ୍ଲୀ,୧ା୮: ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)। ଅଗଷ୍ଟ ୫ରେ ଜେରା ପାଇଁ ହାଜର ହେବାକୁ ଇଡି ଏହି ସମନ ଜାରି କରିଛି। ମନି ଲଣ୍ଡରିଂ ଅଭିଯୋଗର ତଦନ୍ତ ପରେ ଅନିଲ ଅମ୍ବାନୀଙ୍କୁ ସମନ ହୋଇଛି। ପୂର୍ବରୁ ଅନିଲଙ୍କ ଲିଙ୍କ୍ ଥିବା ୫୦ଟି ସ୍ଥାନରେ ଇଡି ଚଢ଼ାଉ କରିଥିଲା। ବ୍ୟାଙ୍କ ଟଙ୍କାକୁ ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପ ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ବ୍ୟାଙ୍କ ଋଣ ନେଇ ଅନିଲଙ୍କ ଗ୍ରୁପ ଅନ୍ୟ କମ୍ପାନୀକୁ ଦେଇଥିବା ଅଭିଯୋଗ ହୋଇଛି।