ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ବଡ଼ଧରଣର ଇଡି ଚଢ଼ାଉ: କୋଇଲା ମାଫିଆ ଛାନିଆ

ରାଞ୍ଚି,୨୧ା୧୧: କୋଇଲା ମାଫିଆ ନେଟ୍‌ଓ୍ବର୍କ ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ୪୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଚଢ଼ାଉ କରିଛି। ଝାଡ଼ଖଣ୍ଡର ଧାନବାଦ ଜିଲାର ୧୮ଟି ସ୍ଥାନରେ ଶୁକ୍ରବାର ସକାଳେ ଇଡି ଟିମ୍‌ ବ୍ୟାପକ ଚଢ଼ାଉ କରିଥିଲା।

ବିସିସିଏଲ୍‌ ପାଇଁ ଆଉଟ୍‌ସୋର୍ସିଂ କାର୍ଯ୍ୟ ପରିଚାଳନା କରୁଥିବା ଦେବପ୍ରଭା କମ୍ପାନୀ ପରିସର ସମେତ ଏହାର ମାଲିକ ଏଲ୍‌.ବି. ସିଂ ଓ ଭାଇ କୁମ୍ଭନାଥ ସିଂଙ୍କ ବାସଭବନରେ ଏକସଙ୍ଗେ ଚଢ଼ାଉ ହୋଇଥିଲା। ସୂଚନା ଅନୁଯାୟୀ, କୋଇଲା ବ୍ୟବସାୟରେ କଳାବଜାର, ଠିକା ପ୍ରଦାନରେ ଅନିୟମିତତା ଏବଂ ବେଆଇନ ଆର୍ଥତ୍କ କାରବାର ଉପରେ ଇଡି ତଦନ୍ତରେ ଗୁରୁତ୍ୱ ଦିଆଯାଇଛି। ବିସିସିଏଲ୍‌ର ବିଭିନ୍ନ ଟେଣ୍ଡରରେ ଅନିୟମିତତା ଓ ପକ୍ଷପାତିତା କରାଯାଇଥିଲା। ଧାନବାଦର ଅନ୍ୟ କୋଇଲା ବ୍ୟବସାୟୀ ଅନିଲ ଗୋୟଲ, ସଞ୍ଜୟ ଖେମକା ବିନୋଦ ମାହାତୋ ଏବଂ ସୁନ୍ନୀ କେଶରୀଙ୍କ ସମେତ ଅନ୍ୟମାନଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି। କୋଇଲା ବ୍ୟବସାୟ ସହ ଜଡ଼ିତ ଆର୍ଥତ୍କ କାରବାରର ଦସ୍ତାବିଜ୍‌ ଓ ରେକର୍ଡକୁ ଇଡି ଟିମ୍‌ ଯାଞ୍ଚ କରିଥିଲା। ଚଢ଼ାଉ ବେଳେ ବିପୁଳ ଦସ୍ତାବିଜ୍‌, ଡିଜିଟାଲ ରେକର୍ଡ, କାଗଜପତ୍ର ସମେତ ବହୁ ପରିମାଣର ନଗଦ ଟଙ୍କା ଓ ସୁନା ଅଳଙ୍କାର ଜବତ ହୋଇଛି।

Dharitri – Odisha’s No.1 Odia Daily