ପୂର୍ବତନ ଗୃହମନ୍ତ୍ରୀଙ୍କ ଘରେ ଇଡିର ଚଢ଼ାଉ

ମୁମ୍ବାଇ,୨୫।୬: ପଦ ଛାଡ଼ିବା ପରେ ବି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିବାଦ ଥମିବାର ନା ନେଉନି। ଶୁକ୍ରବାର ଅନୀଲ ଦେଶମୁଖଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ପକ୍ଷରୁ ଚଢ଼ାଉ କରାଯାଇଛି। ମନି ଲଣ୍ଡରିଂ ମାମଲାରେ ସକାଳୁ ଅନୀଲ ଦେଶମୁଖଙ୍କ ନାଗପୁର ସ୍ଥିତ ବାସଭବନ ସମେତ ୫ଟି ସ୍ଥାନରେ ଚଢ଼ାଉ କରିଛି ଇଡି। ଏହି ଚଢ଼ାଉ ଏବେ ବି ଜାରି ରହିଛି। ଏହାପୂର୍ବରୁ ମେ ୨୫ରେ ଇଡ଼ି ତାଙ୍କ ବାସଭବନରେ ଚଢ଼ାଉ କରିଥିଲା। ଇଡି ପୂର୍ବରୁ ସିବିଆଇ ମଧ୍ୟ ଅନୀଲ ଦେଶମୁଖଙ୍କ ବାସଭବନ ସମେତ ୧୨ଟି ସ୍ଥାନରେ ଚଢ଼ାଉ କରିଥିଲା।