ତେଜସ୍ବୀଙ୍କୁ ଇଡି ଜେରା

ନୂଆଦିଲ୍ଲୀ, ୧୨।୪: ଚାକିରି ପାଇଁ ଜମି ଦୁର୍ନୀତିର ମନି ଲଣ୍ଡରିଂ ମାମଲାରେ ମଙ୍ଗଳବାର ପ୍ରବର୍ତ୍ତନ
ନିର୍ଦ୍ଦେଶାଳୟ (ଇଡି) ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କୁ ୯ ଘଣ୍ଟା ଜେରା କରିଛି। ଜେରା ପରେ ଗଣମାଧ୍ୟମକୁ ତେଜସ୍ବୀ କହିଛନ୍ତି, ବିହାରରେ ମହାମେଣ୍ଟ ସରକାର ଗଢ଼ାହେବା ପରେ ମନିଲଣ୍ଡରିଂ ମାମଲାରେ ଇଡି ଯାଞ୍ଚ ଆରମ୍ଭ କରିଛି। ଏହା ୨୦୨୪ ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ଚାଲିବ। ନିର୍ବାଚନକୁ ନେଇ ଭାଜପା ଡରିଯାଇଛି।

Share