ଅନିଲ ଅମ୍ୱାନୀଙ୍କ ୩୭୦୦ କୋଟିର କୋଠା ବାଜ୍ୟାପ୍ତ କଲା ଇଡି

ମୁମ୍ୱାଇ,୨୬ା୨: ଏକ ମନି ଲଣ୍ଡରିଂ ମାମଲାର ଯାଞ୍ଚ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ୱାନୀଙ୍କ ୩୭୧୬ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍‌ କରିଛି। ରିଲାଏନ୍ସ ଗ୍ରୁପ୍‌ ଅଧୀନସ୍ଥ ରିଲାଏନ୍ସ କମ୍ୟୁନିକେଶନ ଦ୍ୱାରା ହୋଇଥିବା ବିପୁଳ ଅର୍ଥ ହେର୍‌ଫେର୍‌ ମାମଲାରେ ଇଡି ଏହି ପଦକ୍ଷେପ ନେଇଛି। ଅନିଲଙ୍କ ମୁମ୍ୱାଇ ପାଲି ହଲ୍‌ସ୍ଥିତ ୧୭ ମହଲା କୋଠା ‘ ଆବୋଡ୍‌’କୁ ଇଡି ନିଜ ହାତକୁ ନେଇଛି। ଏହାର ବଜାର ମୂଲ୍ୟ ୩୭୧୬.୮୩ କୋଟି ଟଙ୍କା ହେବ ବୋଲି ଇଡି ପକ୍ଷରୁ କୁହାଯାଇଛି।

Share