ନୂଆଦିଲ୍ଲୀ,୨୪।୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ (ଇସି) ରାଜ୍ୟ ପୋଲିସକୁ ଯଥାଶୀଘ୍ର ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇସି କହିଛନ୍ତି ଯେ, ରାଜ୍ୟରେ ନିର୍ବାଚନ ଆଦର୍ଶ ଆଚରଣ ସଂହିତା ଲାଗୁ ହେବା ପୂର୍ବରୁ CAPF ଫୋର୍ସ ମୁତୟନ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ୪୮୦ କମ୍ପାନୀ CAPF ଫୋର୍ସ ମୁତୟନ କରିବାକୁ ଇସି କହିଛନ୍ତି।
ମାର୍ଚ୍ଚ ୧ ତାରିଖରେ ୨୪୦ କମ୍ପାନୀ ଫୋର୍ସ ଏବଂ ମାର୍ଚ୍ଚ ୧୦ରେ ୨୪୦ କମ୍ପାନୀ ଫୋର୍ସ ପଠାଯିବ ବୋଲି ନିର୍ବାଚନ କମିଶନ ପକ୍ଷରୁ ଅବଗତ କରାଯାଇଛି।
ପଶ୍ଚିମବଙ୍ଗରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ନିର୍ବାଚନ ଆୟୋଗ। ଯଥାଶୀଘ୍ର ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିବାକୁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। କମିଶନ କହିଛନ୍ତି, ଏହି କାମ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ସୁଦ୍ଧା ସମାପ୍ତ କରିବାକୁ କୁହାଯାଇଛି। ଅଞ୍ଚଳଗୁଡ଼ିକର ଚିହ୍ନଟ ଆଧାରରେ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ନିୟୋଜିତ କରାଯିବ। ଅନ୍ୟପକ୍ଷେ ନିର୍ବାଚନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।