ନିୟମିତ ଖାଆନ୍ତୁ ଅମୃତଭଣ୍ଡା: ଫାଇଦା ଜାଣିଲେ ଉଡ଼ିଯିବ ହୋଶ୍‌

ଅମୃତଭଣ୍ଡାରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ହଜମ କ୍ରିୟାକୁ ଆହୁରି ସକ୍ରିୟ କରାଇଥାଏ। ଏଥିରେ ଭିଟାମିନ୍‌-ସି ଭରି ରହିଛି। ତେଣୁ ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଅମୃତଭଣ୍ଡାରେ ପୋଟାସିୟମ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି। ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା ଉଚ୍ଚ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ଏହା ମଧ୍ୟ ଚର୍ମରେ ଚମକ ଆଣିଥାଏ। ନିୟମିତ ଅମୃତଭଣ୍ଡା ଖାଇଲେ ତାହାର ଆଉ ଏକ ଉପକାରୀ ଗୁଣ ରହିଛି। ତାହା କ’ଣ ଜାଣନ୍ତି? ଏହାଦ୍ୱାରା ଦୃଷ୍ଟିଶକ୍ତି ଆହୁରି ପ୍ରଖର ହୋଇଥାଏ। ଏଥିରେ ଥିବା ପପେନ୍‌ ଏନ୍‌ଞ୍ଜାଇମ୍‌ ଆମ ଶରୀରର ଓଜନ କମାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ସବୁଠାରୁ ଖାସ୍‌ କଥା ହେଲା ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା କ୍ୟାନ୍‌ସର ଆଶଙ୍କାକୁ କେତେକାଂଶରେ ଦୂର କରିଥାଏ। ପାଚିଲା ଅମୃତଭଣ୍ଡା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ।

 

Dharitri – Odisha’s No.1 Odia Daily

 

Share