Benjamin Edouard Lambot of NorthEast United FC go up for header during match 86 of the 7th season of the Hero Indian Super League between Hyderabad FC and NorthEast United FC held at the Tilak Maidan Stadium, Goa, India on the 7th February 2021 Photo by Deepak Malik / Sportzpics for ISL
ମାର୍ଗାଓ, ୮ା୩ (ପି.ଟି.)-ଚଳିତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଏସ୍ସି ଇଷ୍ଟବେଙ୍ଗଲ ୨-୧ ଗୋଲ୍ରେ ଜାମସେଦପୁର ଏଫ୍ସିକୁ ହରାଇ ଦେଇଛି। ପାଖାପାଖି ଏକ ମାସ ବ୍ୟବଧାନରେ ଦଳର ଏହା ପ୍ରଥମ ବିଜୟ। କୋଲକାତାଭିତ୍ତିକ ଏହି ଦଳ ବର୍ତ୍ତମାନ ୧୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ୯ମ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟ ପକ୍ଷରେ ଏହି ପରାଜୟ ଦ୍ୱାରା ଜାମସେଦପୁର ଏଫ୍ସିର ଆଇଏସ୍ଏଲ ଏଫ୍ସି ପ୍ଲେ-ଅଫ୍ ଆଶାକୁ ଆଉ ଏକ ଶକ୍ତ ଧକ୍କା ପହଞ୍ଚାଇଛି। ଦଳ ବର୍ତ୍ତମାନ ପ୍ଲେ-ଅଫ୍ ସ୍ଥାନରୁ ୪ ପଏଣ୍ଟ ପଛରେ ୭ମରେ ରହିଛି। ମ୍ୟାଚରେ ବିଜୟୀ ଦଳ ତରଫରୁ ମ୍ୟାଟିଜ ଷ୍ଟିନ୍ମ୍ୟାନ (୬ଷ୍ଠ) ଏବଂ ଆନ୍ଥୋନୀ ପିଲ୍କିଙ୍ଗ୍ଟନ (୬୮ତମ) ଗୋଲ ସ୍କୋର କରିଥିବାବେଳେ ଜାମସେଦପୁର ତରଫରୁ ବିଳମ୍ବରେ ପିଟର ହାର୍ଟଲି (୮୩ତମ ମିନିଟ) ଏକ ସାନ୍ତ୍ୱନାମୂଳକ ଗୋଲ ଦେଇଥିଲେ। ଇଷ୍ଟବେଙ୍ଗଲ ଦଳ ଅଧିକାଂଶ ସମୟ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିଥିଲା। ଦଳର ରକ୍ଷଣଭାଗ ଖେଳାଳିମାନଙ୍କ ପ୍ରଦର୍ଶନ ମଧ୍ୟ ଉଚ୍ଚକୋଟୀର ଥିଲା।
ରବିବାର ହାଇଦ୍ରାବାଦ ଓ ନର୍ଥଇଷ୍ଟ ୟୁନାଇଟେଡ୍ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ ଗୋଲଶୂନ୍ୟ ଭାବେ ଶେଷ ହୋଇଛି। ଫଳରେ ଦୁଇ ଦଳ ମଧ୍ୟରେ ପଏଣ୍ଟ ବଣ୍ଟୁଆରା ହୋଇଛି। ଉଭୟ ଦଳ ସମାନ ୧୬ଟି ଲେଖାଏ ମ୍ୟାଚ ଖେଳି ସମାନ ୨୩ ପଏଣ୍ଟ ଲେଖାଏ ଅର୍ଜନ କରିଛନ୍ତି। ତେବେ ଗୋଲ ବ୍ୟବଧାନ ଭିତ୍ତିରେ ହାଇଦ୍ରାବାଦ ତୃତୀୟ ଓ ନର୍ଥଇଷ୍ଟ ୟୁନାଇଟେଡ୍ ୪ର୍ଥ ସ୍ଥାନରେ ରହିଛନ୍ତି।