Roy Krishna of ATKMB celebrates the goal with team players during match 8 of the 7th season of the Hero Indian Super League between SC East Bengal and ATK Mohun Bagan held at the Tilak Maidan Stadium, Goa, India on the 27th November 2020 Photo by Deepak Malik / Sportzpics for ISL
ଭାସ୍କୋର, ୨୮।୧୧-
ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଷ୍ଟବେଙ୍ଗଲ ଓ ଏଟିକେ ମୋହନବାଗାନ ମଧ୍ୟରେ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ)ର ସବୁଠାରୁ ପ୍ରତୀକ୍ଷିତ ମ୍ୟାଚ ଶୁକ୍ରବାର ଆୟୋଜିତ ହୋଇ ଯାଇଛି। କୋଲକାତାର ଏହି ଦୁଇ ଫୁଟବଲ ମହାଶକ୍ତି ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଏଟିକେ ମୋହନବାଗାନ ୨-୦ ଗୋଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି। ରୟ କ୍ରିଷ୍ଣା ଓ ମନଭୀର ସିଂଙ୍କ ଗୋଲ ଏଟିକେ ମୋହନବାଗାନକୁ ବିଜୟ ସ୍ବାଦ ଚଖାଇଛି।
ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିବାପରେ ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଖେଳ ଉତ୍ତେଜନାପୂର୍ଣ୍ଣ ରହିଥିଲା। ୪୯ତମ ମିନିଟରେ କ୍ରିଷ୍ଣା ଚମତ୍କାର ଢଙ୍ଗରେ ଏକ ଗୋଲ ଦେଇ ଏଟିକେ ମୋହନବାଗାନକୁ ଅଗ୍ରଣୀ କରାଇଥିଲେ। ଇଷ୍ଟବେଙ୍ଗଲ ଗୋଲ ପରିଶୋଧ ପାଇଁ ଉଦ୍ୟମକୁ ଜୋରଦାର କରିଥିଲେ ହେଁ ସଫଳ ହୋଇ ନ ଥିଲା। ୮୫ତମ ମିନିଟରେ ମନଭୀର ଆଉ ଏକ ଗୋଲ ଦେଇ ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ଫଳରେ ଏଟିକେ ମୋହନବାଗାନର ବିଜୟ ନିଶ୍ଚିତ ହୋଇ ଯାଇଥିଲା। ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ ହରାଇଥିବା ଏଟିକେ ୨ ମ୍ୟାଚରୁ ୨ ବିଜୟ ସହ ୬ ପଏଣ୍ଟ ପାଇ ଟେବୁଲର ଶୀର୍ଷସ୍ଥାନରେ ଅପରିବର୍ତ୍ତିତ ରହିଛି। ଅନ୍ୟପକ୍ଷରେ ଆଇଏସଏଲ୍ରେ ପ୍ରଥମ ମ୍ୟାଚ ଖେଳିଥିବା ଇଷ୍ଟବେଙ୍ଗଲ ନିଜର ପ୍ରଥମ ବିଜୟ ଅପେକ୍ଷାରେ ରହିଛି।