ନୂଆଦିଲ୍ଲୀ,୨୩।୪: ବୁଧବାର ତୁର୍କୀରେ ୬.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଛି। ଯାହା ଫଳରେ ଇସ୍ତାନବୁଲରେ କମ୍ପନ ଅନୁଭୂତ ହେବାରୁ ଲୋକମାନେ ନିଜ ଘର ଛାଡି ବାହାରକୁ ଚାଲି ଆସିଥିଲେ।
ତୁର୍କୀର AFAD ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଏହି ଭୂମିକମ୍ପକୁ ରାଜଧାନୀ ସହରରେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଘଟିଥିବା ଅନ୍ୟତମ ଶକ୍ତିଶାଳୀ ଭୂମିକମ୍ପ ବୋଲି ଅଭିହିତ କରିଛି, ଯାହା ବୋସ୍ଫରସ ଜଳସନ୍ଧିର ଇଉରୋପୀୟ ଓ ଏସୀୟ ଉପକୂଳରେ ଅବସ୍ଥିତ।
ଏହି ଭୂମିକମ୍ପ, ଯାହା ସ୍ଥାନୀୟ ସମୟ ମଧ୍ୟାହ୍ନ ୧୨:୪୯ ରେ (GMT ୦୯:୪୯) ହୋଇଥିଲା। ଏହାର କେନ୍ଦ୍ରବିନ୍ଦୁ ଇସ୍ତାମ୍ବୁଲରୁ ପଶ୍ଚିମକୁ ପ୍ରାୟ ୮୦ କିଲୋମିଟର (୫୦ ମାଇଲ) ଦୂରରେ ସିଲିଭ୍ରି ଅଞ୍ଚଳରେ ଥିଲା। AFAD ଅନୁସାରେ, ଏହା ୬.୯୨ କିଲୋମିଟର (୪.୩ ମାଇଲ) ଗଭୀରତାରେ ଘଟିଥିଲା।
ବର୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ରିପୋର୍ଟ ହୋଇନାହିଁ।