ମ୍ୟାନମାରରେ ୫.୯ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ: ଥରିଲା କଲିକତା

କୋଲକାତା,୩।୨: ମଙ୍ଗଳବାର ମ୍ୟାନମାରରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ପ୍ରାୟ ୫.୯ ରେକର୍ଡ କରାଯାଇଛି। ଏହି ଭୂକମ୍ପର ପ୍ରଭାବରେ ପଶ୍ଚିମବଙ୍ଗର ରାଜଧାନୀ କଲିକତାରେ ମଧ୍ୟ ମୃଦୁ କମ୍ପନ ଅନୁଭୂତ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଧନଜୀବନ ହାନି ହୋଇଥିବା ନେଇ ସୂଚନା ମିଳିନାହିଁ।

ବିଗତ ୨୪ ଘଣ୍ଟା ମଧ୍ୟରେ ଭାରତର ଦୁଇଟି ଭିନ୍ନ ସ୍ଥାନରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ସୋମବାର ଭୋର ପ୍ରାୟ ୩.୩୦ ସମୟରେ ୪.୬ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା। ନ୍ୟାସନାଲ ସେଣ୍ଟର ଅଫ୍ ସିସମୋଲୋଜି (NCS) ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରରେ ଥିଲା।

ସୋମବାର ସକାଳ ୫.୩୫ ସମୟରେ ବାରାମୁଲା ଜିଲାରେ ୪.୬ ତୀବ୍ରତାର କମ୍ପନ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ପଟ୍ଟାନ ଅଞ୍ଚଳ ବୋଲି ଜଣାପଡିଛି। ପ୍ରାୟ ଦୁଇ ଦିନ ଧରି ଦକ୍ଷିଣ-ପୂର୍ବ ଏସିଆ ଏବଂ ଭାରତର ବିଭିନ୍ନ ଭାଗରେ ଏହିପରି କ୍ରମାଗତ ଭୂକମ୍ପ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି।

Share