Graphic shows large earthquake logo over broken earth and Richter scale reading
ଅହମ୍ମଦାବାଦ୍,୩୦।୧: ଗୁଜରାଟର କୁଚ ଜିଲାରେ ସୋମବାର ସାକଳୁ ଭୂsକମ୍ପ ଝଟ୍କା ଲାଗିଛି। ଏହାର ତୀବ୍ରତା ରିକ୍ଟର ସ୍କେଲାରେ ୪.୨ ରହିଛି। ଭୂକମ୍ପ ବିଜ୍ଞାନ ଅନୁସନ୍ଧାନ ପ୍ରତିଷ୍ଠାନ (ଆଇଏସ୍ ଆର୍) ଏହି ସୂଚନା ଦେଇଛି। ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି କିମ୍ବା ସମ୍ପତ୍ତି ନଷ୍ଟ ହେବାର ସୂଚନା ନାହିଁ।
ଆଇଏସଆର ନିଜ ୱେବସାଇଟରେ କହିଛି ଯେ, ସକାଳ ୬.୩୮ରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ କେନ୍ଦ୍ର କୁଚସ୍ଥିତ ଦୁଧାଇ ଗାଁର ୧୧ କିଲୋମିଟର ଉତ୍ତର-ଉତ୍ତର-ପୂର୍ବରେ ଥିଲା।