କର୍ନାଟକରେ ଭୂକମ୍ପ ଝଟକା

ବେଙ୍ଗାଲୁରୁ,୯।୭: କର୍ନାଟକର ବିଜୟପୁର ଓ ବାଗଲକୋଟ ଜିଲାରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରେକର୍ଡ କରାଯାଇଛି। ବିଜୟପୁର ଅଞ୍ଚଳରେ ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ତଳେ ଥିବା ଚିହ୍ନଟ ହୋଇଛି। ତେବେ ଭୂକମ୍ପର ବର୍ତ୍ତମାନ ଯାଏ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।