କୁଚିଣ୍ଡା,୨୮।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ପାରୁଆଭାଡି ପଞ୍ଚାୟତର ରାମତିଲେଇମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ପଟେଲ ଏଥିରେ ସଭାପତିତ୍ୱ କରି ବାର୍ଷିକ ବିବରଣୀ ପଠନ କରିଥିଲେ। କାର୍ଯ୍ୟକ୍ରମରେ କୁଚିଣ୍ଡା ବ୍ଲକ ଜିଲା ପରିଷଦ ଜୋନ.୧ର ସଭ୍ୟ ଅଜିତ କୁମାର ମହାପାତ୍ର ମୁଖ୍ୟଅତିଥି, ବିରଞ୍ଚି ନାରାୟଣ ଦର୍କା ମୁଖ୍ୟବକ୍ତା ଭାବେ ଯୋଗଦେଇ କର୍ତ୍ତବ୍ୟ ବଳରେ ହିଁ ମଣିଷ ସଫଳତା ପାଇଥାଏ ବୋଲି କହଥିଲେ। ବାର୍ଷିକ ଉତ୍ସବ ଦ୍ବାରା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳୀର ବିକାଶ ହୋଇଥାଏ। ତେଣୁ ପିଲାମାନେ ଗୁଣାତ୍ମକ ଶିକ୍ଷା ଗ୍ରହଣ କରି ଭଲ ମଣିଷ ହୋଇ ବିଦ୍ୟାଳୟର ସୁନାମ ଅର୍ଜନ କରିବାକୁ ଅତିଥିମାନେ କହିଥିଲେ।
ଏଥିରେ ସରପଞ୍ଚ ସୁବାସିନୀ ଧାନ, ସମିତି ସଭ୍ୟ ଧୃବଚରଣ ବେହେରା, ଅବସରପ୍ରାପ୍ତ ଶିକ୍ଷକ ପରମେଶ୍ବର ପଟେଲ, ଓ୍ବାର୍ଡସଭ୍ୟା ଶ୍ରୀମତୀ ଲୁହା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନାତନ ସେଉଳ, ଲିଙ୍ଗରାଜ ବାଘ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀଛାତ୍ରଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।
ଶେଷରେ ସହକାରୀ ଶିକ୍ଷକ ପ୍ରକାଶ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ସହକାରୀ ଶିକ୍ଷକ ସରୋଜ ପଟେଲ ସଭା ପରିଚାଳନା କରିଥିଲେ। ଶିକ୍ଷକ ଯଦୁମଣି ବର, ସୁମନ୍ତ ପଟେଲ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରେ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।