ସକାଳୁ ସକାଳୁ ଅଘଟଣ: ଚାଷୀଙ୍କୁ ଦଳି ଦେଲା ହାତୀ

ବରଗଡ଼/ଅତାବିରା,(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଅନ୍ଧାରିପାଲି ଅଞ୍ଚଳରେ ସୋମବାର ଭୋର୍‌ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। କ୍ଷେତକୁ ଯାଇଥିବାବେଳେ ଉକ୍ତ ଗ୍ରାମର ଜଣେ ଚାଷୀ ବେଣୁ ଛୁରିଆଙ୍କୁ ଗୋଠଛଡା ଏକ ହାତୀ ଦଳି ଦେଇଥିବା ସୂଚନା ମିଳିଛି। ଚାଷୀଙ୍କ ମୃତ୍ୟୁ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଛି। ଖବରପାଇ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହାତୀକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଛନ୍ତି।

Dharitri – Odisha’s No.1 Odia Daily

Share