ଦଳ ବଦଳ କରୁଥିବା ନେତା ହେଉଛନ୍ତି ସୌଦାଗର: ଜ୍ୟୋତିରାଦିତ୍ୟଙ୍କୁ ସମର୍ଥନ କଲେ ଉମାଭାରତୀ…

ଭୋପାଳ,୧୭।୮ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ଫାୟାର ବ୍ରାଣ୍ଡ ନେତ୍ରୀ ଉମା ଭାରତୀ ଦଳ ବଦଳ କରୁଥିବା ନେତାଙ୍କ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଗୋଟିଏ ପଟେ ଉମା ଭାରତୀ ସେଭଳି ନେତାମାନଙ୍କୁ ସୌଦାଗର ବୋଲି କହିଥିବାବେଳେ ଅପରପକ୍ଷରେ ସେ କଂଗ୍ରେସରୁ ଭାରତୀୟ ଜନତା ପାର୍ଟିକୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସମର୍ଥନ କରିଛନ୍ତି।

ଜ୍ୟୋତିରାଦିତ୍ୟଙ୍କ ପାର୍ଟି ବଦଳାଇବା ପାଇଁ ଉମା ଭାରତୀ କମଲ ନାଥଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେପରି କଂଗ୍ରେସ ଜ୍ୟୋତିରାଦିତ୍ୟଙ୍କୁ ବିଦ୍ରୋହ କରିବାକୁ ବାଧ୍ୟ କରିଥିଲା, ସେହିଭଳି ତାଙ୍କ ଜେଜେମା ବିଜୟରାଜ ସିନ୍ଧିଆଙ୍କୁ ମଧ୍ୟ କଂଗ୍ରେସ ବିଦ୍ରୋହ କରିବାକୁ ବାଧ୍ୟ କରିଥିଲା।

ଜ୍ୟୋତିରାଦିତ୍ୟଙ୍କ ବିଦ୍ରୋହକୁ ପୃଥକ ପ୍ରସଙ୍ଗ ଭାବରେ ବିବେଚନା କରୁଥିବା ଉମା ଭାରତ ଯୁକ୍ତି କରୁଛନ୍ତି ନିର୍ବାଚନ ସମୟରେ ଗୋଟିଏ ଦଳରୁ ଅନ୍ୟ ଦଳକୁ ଟିକେଟ ପାଇଁ ଯୋଗ ଦେଉଥିବା ନେତାମାନେ ଭୁଲ କାର୍ଯ୍ୟ କରୁଛନ୍ତି। ତେବେ ପନ୍ନା ଜିଲାରୁ କୁସୁମ ମହଦେଲଙ୍କ ବିଧାନସଭା ପ୍ରାର୍ଥୀତ୍ୱ ପ୍ରଶ୍ନ ଉପରେ ଉମା ଭାରତୀ କିଛି କହିବା ଠାରୁ ଦୂରେଇ ରହିଥିଲେ। ଆସନ୍ତା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପାଇଁ ଉମା ଭାରତୀ ଏକ ରେକର୍ଡ ବିଜୟ ଦାବି କରିଛନ୍ତି