ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା: ଦୋଷୀଙ୍କୁ ୫ବର୍ଷ୧୦ମାସ ଜେଲ

ବାଲେଶ୍ୱର ଅଫିସ,୨୪।୪:  ବାଲେଶ୍ୱର ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ବିଚାରପତି (ପୋକ୍‌ସୋ) ରଞ୍ଜନ କୁମାର ସୁତାର ସୋମବାର ଏକ ନାବାଳିକା ଯୌନ ନିର୍ଯାତନା ମାମଲାର ବିଚାର କରି ଦୋଷୀଙ୍କୁ ୫ବର୍ଷ ୧୦ ମାସ ସଶ୍ରମ କାରାଦଣ୍ଡ ସହ ୧ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ନୀଳଗିରି ବ୍ଲକ ମିତ୍ରପୁର ଅଞ୍ଚଳରେ ଥିବା ବାପୁଜୀ ସେବା ସଦନରେ ଜଣେ ନାବାଳିକା ଗତ ୨୦୧୫ରୁ ରହିଆସୁଥିବା ବେଳେ ସେବା ସଦନର ମାଲିକ ଗୌର ଚନ୍ଦ୍ର ଖମାରୀ ତାଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲେ। ଏନେଇ ପୀଡ଼ିତାଙ୍କ ପକ୍ଷରୁ ଗତ ୨୦୧୭ରେ ନୀଳଗିରି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ନୀଳଗିରି ପୋଲିସ ଏକ ମାମଲା ରୁଜୁ କରି ସେବା ସଦନର ମାଲିକଙ୍କୁ କୋର୍ଟଚାଲାଣ କରିଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ।