ଦଶହରା ଷୋହଳ ପୂଜା ମହୋତ୍ସବ: ଦେବୀଙ୍କୁ ଅର୍ପଣ ହେଲା ୩୨ ଜୁଗାର

ବରଗଡ଼,୫ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାସ୍ଥିତ ମାଁ ପର୍‌ହାପାଟ ଦେବୀଙ୍କ ଦଶହରା ଷୋହଳ ପୂଜା ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ରବିବାର ଅପରାହ୍ନରେ ଜୁଗାର ଯାତ୍ରା ସମ୍ପନ୍ନ ହୋଇଛି। ଏହି ଅବସରରେ ବରାହଗୋଡ଼ା ଗ୍ରାମର ବିଭିନ୍ନ ପଡ଼ାରୁ ୩୨ଟି ଜୁଗାର ବାହାରିଥିଲା। ଶତାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ବିଭିନ୍ନ ପାରମ୍ପାରିକ ବାଦ୍ୟ, ନୃତ୍ୟ ସହିତ ଏକ ବିଶାଳ ଶୋଭାଯାତ୍ରାରେ ଜୁଗାରଗୁଡ଼ିକୁ ଦେବୀଙ୍କ ନିକଟକୁ ନିଆଯାଇଥିଲା। ସେଠାରେ ବିଧିମତେ ପୂଜାର୍ଚ୍ଚନା ପୂର୍ବକ ମା’ ପର୍‌ହାପାଟ ଦେବୀଙ୍କୁ ଜୁଗାର ଅର୍ପଣ କରାଯାଇଥିଲା। ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।