ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି । ଏହା ଜଣାପଡ଼ିବା ପରେ ରାଜ୍ୟ ନେତୃବୃନ୍ଦଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

ସେ କହିଛନ୍ତି ଯେ, ତାଙ୍କ ଉପରେ ଭରସା କରି ଏତେ ବଡ଼ ଗୁରୁ ଦାୟିତ୍ୱ ଦେଇଥିବା ଯୋଗୁ ସେ ରାଜ୍ୟ ନେତୃବୃନ୍ଦଙ୍କ ନିକଟରେ କୃତଜ୍ଞ l ବିଶେଷକରି ରାଜ୍ୟ ସଭାପତି ମନମୋହନ ସାମଲ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଜିଲା ସଭାପତି ସରୋଜ ସାବତ,ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମନ୍ତ୍ରୀ ଗୋକୁଳା ନନ୍ଦ ମଲିକ,ଏମ୍‌ପି ପ୍ରଦୀପ କୁମାର ପାଣିଗ୍ରାହୀ,ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଧନ୍ୟବାଦ ଜଣାଇବା ସହ ନବ ବର୍ଷ ଶୁଭେଚ୍ଛା ଏବଂ କୃତଜ୍ଞତା ଜଣାଇଛନ୍ତି। ଦୁର୍ଯ୍ୟୋଧନ ରେଡ୍ଡି ସମ୍ପାଦକ ମନୋନୀତ ହେବା ପରେ ସରପଞ୍ଚ ପ୍ରତିନିଧି ବାପି ଦାସ, ରାକେଶ ରଞ୍ଜନ ଦାସ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Dharitri – Odisha’s No.1 Odia Daily

Share