holy Bagmati River at Pashupatinath Temple complex in Kathmandu, India
ଭବାନୀପାଟଣା,୨୫।୮(ସ୍ବ.ପ୍ର.):କଳାହାଣ୍ଡି ଜିଲା କେଗଁା ଥାନା ଅଧୀନ ସିଆଲଯୋଡି ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀର ସତ୍କାର ସମୟରେ ହଠାତ୍ ତାଙ୍କ ସ୍ବାମୀ ଜୁଇକୁ ଡେଇଁ ଜୀବନ ହାରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟାରେ ସିଆଲଯୋଡି ଗ୍ରାମର ରଇବାରୀ ଶବର (୬୦)ଙ୍କ ହୃଦ୍ଘାତରେ ମୃତ୍ୟୁ ଘଟିଥିଲା। ତାଙ୍କର ୪ ପୁଅ ଓ ସମ୍ପର୍କୀୟ ଆସିବା ପରେ ଶବ ସତ୍କାର କରିବାକୁ ଗଁା ମଶାଣିକୁ ନେଇଥିଲେ। ରଇବାରୀଙ୍କ ଜୁଇ ଜଳିବା ପରେ ସତ୍କାର କରିବାକୁ ଯାଇଥିବା ଲୋକଙ୍କ ମଧ୍ୟରୁ ଅନେକାଂଶ ଶ୍ମଶାନରୁ ଫେରି ଆସିଥିବାବେଳେ କେତେଜଣ ସେଠାରେ ଅଟକି ରହିଥିଲେ। ଏହି ସମୟରେ ସ୍ବାମୀ ନୀଳମଣି ଶବର ଦୁଃଖର ମ୍ରିୟମାଣ ହୋଇ ଜଳୁଥିବା ସ୍ତ୍ରୀଙ୍କ ଜୁଇକୁ ହଠାତ୍ ଡେଇଁ ପଡିଥିଲେ। ଜୁଇ ଜୋରରେ ଜଳୁଥିବାରୁ ପାଖରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରିବାକୁ ସାହସ କରି ପାରି ନ ଥିଲେ।