ଗଞ୍ଜାମ,୨।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତ ମାଳି ଜଗନ୍ନାଥପୁର ରେଡି ସାହିରେ ମଙ୍ଗଳବାର ସନ୍ଧ୍ୟାରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ହଠାତ ବିଦ୍ୟୁତ ତାର ଛିଣ୍ଡି ପଡିଲା। ସାହିର ତିନି ଜଣଙ୍କ ଉପରେ ତା’ର ଛିଡି ପଡିଯିବା ଫଳରେ ତିନିଜଣ ଆହତ ହୋଇଛନ୍ତି। ସଙ୍ଗେ ସଙ୍ଗେ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରକୁ ଆହତମାନଙ୍କୁ ଅଣାଯାଇଥିଲା।
ଗଞ୍ଜାମ ମେଡିକାଲରେ ଆମ୍ବୁଲାନ୍ସ ନ ଥିବାରୁ ଆହତଙ୍କୁ ବାଇକରେ ଛତ୍ରପୁର ମେଡିକାଲ ନିଆଯାଇଛି। ସେଠାରେ ଗୋପୀ ଗୁରୁତର ହେତୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇ ଦିଆଯାଇଛି। କିନ୍ତୁ ସେଠାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ବାଲି ଲୋକନାଥ ମନ୍ଦିର ପରିଚାଳନା କମିଟି ସଭାପତି ବି ବନମାଳୀ ସୂଚନା ଦେଇଛନ୍ତି। ଏଥି ସହ ବର୍ତ୍ତମାନ ଆଖପାଖ କଲ୍ୟାଣପୁର, କାଇଁଚପୁର, ଜରାପଦର ଆଦି ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ତାର ସଜାଡ଼ିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।