South Africa's Faf du Plessis celebrates as he got his 100 on day three of the first cricket test match between South Africa and Sri Lanka at Super Sport Park Stadium in Pretoria, South Africa, Monday, Dec. 28, 2020. (AP Photo/Catherine Kotze)
ସେଞ୍ଚୁରିଅନ୍ (ଦକ୍ଷିଣ ଆଫ୍ରିକା), ୨୯ା୧୨ (ଏପି)-ସ୍ଥାନୀୟ ସୁପର ସ୍ପୋର୍ଟ ପାର୍କରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୨୨୫ରନର ବୃହତ୍ ଅଗ୍ରଣୀ ଲାଭ କରିଛି। ଜବାବରେ ଭ୍ରମଣକାରୀ ଦଳ ସୋମବାର ଖେଳ ଶେଷ ସୁଦ୍ଧା ୨ଉଇକେଟ ବିନିମୟରେ ୬୫ ରନ କରିଛି। କୁଶାଲ ପେରେରା ୩୩ ଓ ଦୀନେଶ ଚାଣ୍ଡିମଲ ୨୧ ରନ କରି ଅପରାଜିତ ରହିଛନ୍ତି। ତେବେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସଠାରୁ ଶ୍ରୀଲଙ୍କା ଆହୁରି ୧୬୦ରନ ପଛରେ ରହିଛି। ଘରୋଇ ଦଳ ତୃତୀୟ ଦିବସରେ ଏହାର ପୂର୍ବଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୧୭/୪ରୁ ଖେଳ ଆରମ୍ଭ କରିଥିଲା। ଦଳ ୬୨୧ ସ୍କୋରରେ ଅଲଆଉଟ ହୋଇଯାଇଥିଲା। ଶ୍ରୀଲଙ୍କା ଦୁର୍ବଳ ବୋଲିଂର ଫାଇଦା ଉଠାଇ ଫାଫ୍ ଡୁପ୍ଲେସି ତାଙ୍କ କ୍ୟାରିୟର ଶ୍ରେଷ୍ଠ ୧୯୯ରନ କରିଥିଲେ। ଏହାଥିଲା ତାଙ୍କର ୧୦ମ ଟେଷ୍ଟ ଶତକ।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ପ୍ରଥମ ଇନିଂସ: ୩୯୬
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ: ୬୨୧ (ଫାଫ୍ ଡୁ’ପ୍ଲେସି-୧୯୯, ଡିନ୍ ଏଲ୍ଗାର-୯୫, କେଶବ ମହାରାଜ-୭୩, ଟେମ୍ବା ବାଭୁମା-୭୧, ଏଡେନ୍ ମାରକ୍ରାମ୍-୬୮, ଓ୍ବାନିଣ୍ଡୁ ହସରଙ୍ଗା-୪/୧୭୧, ଦାସୁନ ଶାନକା-୨/୯୮)।
ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ: ୬୫/୨ (କୁଶାଲ ପେରେରା-୩୩*, ଲୁନ୍ଗି ଏନଗିଡି-୨/୨୮)।