ମୋରଡ଼ା,୧୨ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ରାସଗୋବିନ୍ଦପୁର ଥାନା ତଥା ବଡ଼ାମପୁର ଫାଣ୍ଡି ଅଧୀନ ସାନମାଣିଦା ପଞ୍ଚାୟତର କୁଚିଆଶୋଳ ଗାଁ ପୋଖରୀରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତା ମହିଳା ଜଣକ ହେଲେ ସେହି ଗ୍ରାମର ଦଲ ଟୁଡୁ l
ସୂଚନା ଅନୁଯାୟୀ, ଅପରାହ୍ନ ୨ଟାରେ ଦଲ ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ। ଖବର ପାଇ ବଡ଼ାମପୁର ଫାଣ୍ଡି ଅଧିକାରୀ ସୁଶୀଲ ସାମଲ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଦଲଙ୍କ ମୃତଦେହ ପାଣିରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ଦୁଲିଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ. ୪୨/୨୫) ରୁଜୁ ହୋଇଛି।