ଭିଣୋଇଙ୍କୁ  ଖୁସି କରିବା ପାଇଁ ବରର ଗାଡ଼ି ପଛରେ ଲେଖା ହୋଇଥିଲା ଏମିତି କିଛି, ଭିଡିଓ ଭାଇରାଲ 

ଭାରତୀୟ ବିବାହରେ ବରର ଭିଣୋଇ ଏବଂ ପିଷାଙ୍କୁ ଅଧିକ ଗୁରତ୍ୱ ଦିଆଯାଏ । କାରଣ ଦୁହେଁ ଅତି ଶୀଘ୍ର ରାଗି  ଯାନ୍ତି।  ତେଣୁ ବରର ଡିିମାଣ୍ଡ ପୂରଣ ହେଉ କି ନ ହେଉ, ଭିଣୋଇ ଏବଂ ପିଷାଙ୍କୁ ଅସନ୍ତୁଷ୍ଟ କରିବାକୁ କେହି ଚାହାନ୍ତି ନାହିଁ।
ବର୍ତ୍ତମାନ ରାସ୍ତାରେ ଅନେକ ବିବାହ ଗାଡ଼ି  ଦେଖିବାକୁ ମିଳୁଛି କାରଣ ଏବେ ବିବାହ ସିଜିନ୍‌ ଚାଲିଛି। ତେବେ ଅନେକ ସମୟରେ ଦେଖିଥିବେ ଗାଡ଼ି ପଛରେ ବର ଓ କନ୍ୟାଙ୍କ ନାମ ଲେଖାଯାଇଥାଏ। ମାତ୍ର ଆମେ ଏପରି ଏକ କାର ଦେଖି ଆଶ୍ଚଯ୍ୟ ହୋଇଗଲୁ । ଯେଉଁଠାରେ ବର  କନ୍ୟାଙ୍କ ବଦଳରେ ବରଙ୍କ ଭିଣୋଇଙ୍କୁ ଗୁରୁତ୍ୱ ଦିଆଯାଇଛି।
ଏହି  ଭାଇରାଲ କ୍ଲିପ୍‌ରେ ରାସ୍ତାରେ ଯାଉଥିବା ବର ଗାଡ଼ି ପଛରେ ଏକ ବଡ଼ ହାର୍ଟ ଆକୃତିର ପୋଷ୍ଟର ଅଛି, ଯେଉଁଥିରେ ‘ବରର ଭିଣୋଇ’ ସହିତ  ବଡ଼ ଅକ୍ଷରରେ ‘ଶ୍ରୀ ଗଙ୍ଗନଗରୱାଲେ’ ଲେଖାଯାଇଛି।

Share
Tags: Viral vedio