Categories: Home Leftଖେଳ

‘ରାହାନେଙ୍କୁ ବସେଇ ଦିଅ’

କାନପୁର,୨୮।୧୧: ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାନେଙ୍କୁ ମୁମ୍ବାଇରେ ଆସନ୍ତା ୩ ତାରିଖରୁ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରୁ ବସେଇ ଦେବା ଉଚିତ ହେବ ବୋଲି କହିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଡାନିଏଲ ଭିଟୋରି। କାନପୁରର ଗ୍ରୀନ ପାର୍କରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ରେ କାମଚଳା ଅଧିନାୟକ ପ୍ରଥମ ଇନିଂସରେ ୩୫ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଦ୍ୱିତୀୟ ପାଳିରେ ମାତ୍ର ୪ ରନ୍‌ରେ ଆଉଟ୍‌ ହୋଇଥିଲେ। ଏଥିଯୋଗୁ ତାଙ୍କ ଫର୍ମ ଉପରେ ପ୍ରଶ୍ନ ଉଠିଛି।

“ତାଙ୍କ ବ୍ୟାଟିଂରୁ ଯାହା ଜଣାପଡ଼ୁଛି ସେ ଆଗ୍ରେସିଭ ଖେଳିବାକୁ ଚାହୁଁଛନ୍ତି। କିନ୍ତୁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହ ବ୍ୟାଟିଂ କରିପାରୁ ନ ଥିବାରୁ ସେ ଆଉଟ୍‌ ହେଉଛନ୍ତି। ମୋ ମତରେ ତାଙ୍କୁ ଦଳରୁ ବାଦ୍‌ ଦିଆଯିବା ଦରକାର। ତାଙ୍କ ପାଖରେ ଦଳକୁ ଫେରିବାର ଦକ୍ଷତା ଅଛି। ଏଭଳି କରିବା ଦ୍ୱାରା ଜଣେ ବ୍ୟାଟରଙ୍କ ଲାଗି ବହୁତ କିଛି ଠିକ୍‌ ହୋଇପାରେ। ଗୋଟିଏ ମ୍ୟାଚ୍‌ରୁ ବାଦ୍‌ ଦେଲେ ତାଙ୍କ କ୍ୟାରିୟରର ଶେଷ ହୋଇଯିବ ନାହିଁ। କିନ୍ତୁ ଏହା ଦ୍ୱାରା ତାଙ୍କୁ ବ୍ୟାଟିଂ ଉପରେ କାମ କରିବାକୁ ସମୟ ମିଳିବ” ବୋଲି ଭିଟୋରି କହିଛନ୍ତି।