ଲାଗିରହିଛି ଝିପିଝିପି ବର୍ଷା: ଫିକା ପଡିଲା କାର୍ତ୍ତିକ ମାସ ପ୍ରଥମ ସୋମବାର

ଗଞ୍ଜାମ,୧୩।୧୦(ବିଦ୍ୟାଧର ସାହୁ):ବର୍ଷକ ବାର ମାସ ମଧ୍ୟରୁ ପବିତ୍ର ଧାର୍ମିକ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ l ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର l ଗତ କାଲି ରାତିରୁ ଗଞ୍ଜାମରେ ବର୍ଷା ଲାଗି ରହିଛି l ଲୋକମାନେ ଘରୁ ପଦାକୁ ବାହାରି ପାରୁ ନାହାନ୍ତି l ଫଳରେ ସହର ମଧ୍ୟରେ ଥିବା ଶୈବ ପୀଠ ଗୁଡିକ ଖାଁ ଖାଁ ଲାଗୁଥିବା ଜଣାପଡିଛି l ବରପଲ୍ଲୀ ବାବା ପୁଡ଼ୁଗେଶ୍ୱର, ଜୟଶ୍ରୀ ସ୍ଥିତ ବାବା ଖଣ୍ଡେଶ୍ୱର, ଭୀମେଶ୍ୱର, ଗୁପ୍ତେଶ୍ୱର,ରାମ ଲିଙ୍ଗେଶ୍ୱର,ବାବା କାଶୀ ବିଶ୍ୱନାଥ,ବାଲିଲୋକନାଥ ଆଦି ଶୈବ ପୀଠ ଗୁଡିକରେ ଭକ୍ତଙ୍କ ସମାଗମ ପୂର୍ବ ବର୍ଷ ଅପେକ୍ଷା କମ ଥିବା ଦେଖିବାକୁ ମିଳିଛି l ପ୍ରତିବର୍ଷ ବଟେଶ୍ୱର ମନ୍ଦିରରେ ପ୍ରଥମ ସୋମବାରରୁ ଭିଡ଼ ଜମିବl ଆରମ୍ଭ ହୋଇଥାଏ। କିନ୍ତୁ ଚଳିତ ବର୍ଷ ପ୍ରଥମ ସୋମବାର ସେମିତି ଆଖି ଦୃଷ୍ଟିଆ ଭକ୍ତଙ୍କ ଭିଡ଼ ନ ଥିବା ବଟେଶ୍ୱର ଐତିହ୍ୟ ସରଂକ୍ଷଣ କମିଟି ସମ୍ପାଦକ ରଞ୍ଜିତ କୁମାର ପଲାଇ କହିଛନ୍ତି l କିନ୍ତୁ ବର୍ଷାକୁ ଖାତିର ନକରି ସବୁ ଶିବ ମନ୍ଦିରରେ ହବିଷ୍ୟାଳିଙ୍କ ସକାଳୁ ସକାଳୁ ଭିଡ଼ ଜମୁଥିବା କହିଛନ୍ତି କାର୍ଯ୍ୟକାରୀ ସଭାପତି ଶିବ ପ୍ରସାଦ ସ୍ବାଇଁ l

 

Dharitri – Odisha’s No.1 Odia Daily

 

Share