ଖଲିଆବନ୍ଦ ଠାରେ ପାନୀୟ ଜଳ ପ୍ରକଳ୍ପ

ରିଷିଡା,୬।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ସ୍ଥିତ ଖଲିଆବନ୍ଦ ଛକଠାରେ ଜଳ ସେବା ପ୍ରକଳ୍ପ ମଙ୍ଗଳବାର ଉଦଘାଟିତ ହୋଇଛି। ବ୍ଲକ ପକ୍ଷରୁ ନୂତନ ଭାବରେ ନିର୍ମିତ ହୋଇଥିବା ଦୁଇଟି ଜଳ ସେବା ପ୍ରକଳ୍ପ ଖଲିଆବନ୍ଦ ଛକ ଓ ସରକାରୀ ଉଚ୍ଚବିଦ୍ୟାଳୟ ଭାଲୁପିଆ ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷା ପଞ୍ଚାୟତ ସମିତି କର୍ଲାମୁଣ୍ଡା କୁନି ସାହୁ ଯୋଗଦେଇ ଜଳ ସେବା ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ବିଡ଼ିଓ ଦେବେନ୍ଦ୍ର କୁମାର ସାମଲ, ସରପଞ୍ଚ ଅରବିନ୍ଦ ଗହିର ସମେତ ଜନସାଧାରଣ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Share