କେସିଙ୍ଗା ଏନ୍‌ଏସିରୁ ଦୂର ହେବ ପାନୀୟ ଜଳ ସମସ୍ୟା, ୨୪ ଘଣ୍ଟିଆ ସେବା ପାଇବେ ଲୋକେ

କେସିଙ୍ଗା,୮ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିରେ ଆଉ ପାନୀୟ ଜଳ ସମସ୍ୟା ରହିବ ନାହିଁ। ସେଥିପାଇଁ ପିଏଚ୍‌ଡି ବିଭାଗ ପକ୍ଷରୁ ୨ କୋଟିରୁ ଊଦ୍ଧର୍‌ବ ବ୍ୟୟ ଅଟକଳରେ ପିଏଚ୍‌ଡିର କାର୍ଯ୍ୟାଳୟ ପରିସରରେ ଥିବା ୧୦ ନମ୍ବର ଓ୍ବାର୍ଡ ଜାଗାରେ ଯୁଦ୍ଧକାଳୀନ ଭିତ୍ତିରେ ଗତ ସେପ୍ଟେମ୍ବର ୨୦୨୪ରୁ ନିର୍ମାଣ କାମ ଆରମ୍ଭ କରିଛି। ବିଭାଗୀୟ ଜେଇଙ୍କ ଉପସ୍ଥିତିରେ କାମ ଚାଲିଛି। କେସିଙ୍ଗା ସହରରେ ଥିବା ୧୨ଟି ଓ୍ବାର୍ଡରେ ପ୍ରାୟ ୨୫ ହଜାରରୁ ଊଦ୍ଧର୍‌ବ ଲୋକ ବସବାସ କରୁଛନ୍ତି। ସେମାନଙ୍କୁ ବର୍ତ୍ତମାନ ସକାଳ ୬ଠାରୁ ୧୦ଟା ଯାଏ ପାନୀୟ ଜଳ ଗୋଟିଏ ଟାଇମ୍‌ ପାନୀୟଜଳ ଯୋଗାଇ ଦିଆଯାଉଛି। କିନ୍ତୁ ଲୋକ ସଂଖ୍ୟା ଦୃଷ୍ଟିରୁ ପାନୀୟଜଳ ଦୈନିକ ଦୁଇଥର ଦେବା କଥା। ବର୍ତ୍ତମାନ ନୂତନ ପ୍ରଣାଳୀରେ ୪୫ ଫୁଟର ଓଭରହେଡ୍‌ ପାଣି ଟାଙ୍କି ସହ ୩ଟି ଫିଲଟର ଟାଙ୍କି, ପମ୍ପ ହାଉସ ଦ୍ୱାରା ନିର୍ମାଣ କରାଯାଉଛି। ଏଣୁ ଏଣିକି ଓଭର ହେଡ୍‌ ପାଣି ଟାଙ୍କି ନିର୍ମାଣ ସମ୍ପୂର୍ଣ୍ଣ ହେଲେ ସହରରେ ୨୪ ଘଣ୍ଟିଆ ପାନୀୟଜଳ ଯୋଗାଇବା ପାଇଁ ପିଏଚ୍‌ଡି ବିଭାଗ ଉଦ୍ୟମ ଜାରି ରଖିଛି।
ଏ ସଂକ୍ରାନ୍ତରେ ପିଏଚ୍‌ଡି ବିଭାଗ ଯନ୍ତ୍ରୀ ଜାନକୀ ନାଏକଙ୍କୁ ପଚାରିବାରୁ କିଛି ମାସ ପରେ ନିର୍ମାଣ କାମ ଶେଷ ହେଲେ ସହରରେ ୨୪ ଘଣ୍ଟିଆ ପାନୀୟଜଳ ଯୋଗାଇବା ପାଇଁ ଚେଷ୍ଟା କରାଯିବ ବୋଲି ପ୍ରକାଶ କରିଥିଲେ।

Share
Tags: water tank