ବିଦ୍ୟାଳୟରେ ମିଳୁନି ପିଇବା ପାଣି: ଅଚଳ ହୋଇପଡିଛି ବିଶୁଦ୍ଧ ଜଳ ଯୋଗାଣ ଯନ୍ତ୍ର

ଦାରିଙ୍ଗବାଡି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଝିଞ୍ଜିରୀଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦେଖାଯାଇଛି ଅବ୍ୟବସ୍ଥା। ଛାତ୍ରୀଛାତ୍ରଙ୍କୁ ମିଳୁନି ବିଶୁଦ୍ଧ ପାନୀୟ ଜଳ। ଫଳରେ ବିଦ୍ୟାଳୟକୁ ଆସୁଥିବା ଛାତ୍ରୀଛାତ୍ର ବିଦ୍ୟାଳୟରେ ବିତାଉଥିବା ସମୟରେ ତଣ୍ଟି ପାଟି ଶୁଖାଇ ପାଠ ପଢୁଛନ୍ତି। ତାଙ୍କ ପାଇଁ ରାଜ୍ୟ ସରକାର ବିଦ୍ୟାଳୟକୁ ରୂପାନ୍ତର କରି ପିଇବା ପାଣି ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଏକ ୱାଟର ପିୟୁରଫାଇ ଯନ୍ତ୍ର ମଧ୍ୟ କିଣିଲେ। କିନ୍ତୁ ତାକୁ ଆଜି ପର୍ଯ୍ୟନ୍ତ ଯୋଗାଇଥିବା ସଂସ୍ଥା ପକ୍ଷରୁ ଖଞ୍ଜାଯାଇନାହିଁ। ଫଳରେ ୨ ରୁ ୩ ବର୍ଷ ହେଲା ଉକ୍ତ ଯନ୍ତ୍ର ପଡିରହିଛି। ଛାତ୍ରୀଛାତ୍ରଙ୍କ କାର୍ଯ୍ୟରେ ଆସୁ ନ ଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷ ବିଶୋଇ କହିଛନ୍ତି। ତୁରନ୍ତ ଉକ୍ତ ଯନ୍ତ୍ରକୁ ଖଞ୍ଜାଯାଇ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ଛାତ୍ରୀଛାତ୍ର ଅଭିଭାବକ ଏବଂ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକମାନେ ନିବେଦନ କରିଛନ୍ତି।