ଟାଟା ଟେକ୍ନୋଲୋଜିସ୍‌ ପକ୍ଷରୁ ଡିଆର୍‌ଏଚ୍‌ପି ଦାଖଲ

ନୂଆଦିଲ୍ଲୀ,୧୪।୩: ଇଞ୍ଜିନିୟରିଂ ସେବା ପ୍ରଦାନକାରୀ ସଂସ୍ଥା ଟାଟା ଟେକ୍ନୋଲୋଜିସ୍‌ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍‌ ହେରିଂ ପ୍ରସ୍‌ପେକ୍ଟସ୍‌ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ବିଶେଷ କରି ଅଫର ଫର ସେଲ୍‌ ଜରିଆରେ କମ୍ପାନୀର ଇନିସିଆଲ ପବ୍ଲିକ୍‌ ଅଫର (ଆପିଓ)ରେ ୯୫,୭୦୮,୯୮୪ ଇକ୍ୱିଟି ଶେୟାର ରହିଛି, ଯାହା କମ୍ପାନୀର ପେଡ୍‌-ଅପ୍‌ ଶେୟାରର ପ୍ରାୟ ୨୪% (୨୩.୬୦%) ବୋଲି କୁହାଯାଉଛି।

Share