ଶୁବମନ ଗିଲଙ୍କ ସମର୍ଥନରେ ବାହାରିଲେ ଦ୍ରାବିଡ

ତ୍ରିନିଦାଦ,୧।୮: ୱେଷ୍ଟଇଣ୍ଡିଜ ଗସ୍ତରେ ଶୁବମନ ଗିଲ କ୍ରମାଗତ ଭାବରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ସହ ପ୍ରଥମ ଦୁଇଟି ଦିନିକିଆରେ ଆଶା କରାଯାଉଥିବା ପରି ପ୍ରଦର୍ଶନ କରିପାରି ନ ଥିଲେ ଗିଲ। ତେବେ ତାଙ୍କ ଖରାପ ଫର୍ମ ଭାରତୀୟ ଦଳ ପରିଚାଳନା ପାଇଁ ଏକ ସମସ୍ୟା ହୋଇ ରହିଛି। କିନ୍ତୁ ଭାରତୀୟ କ୍ରିକେଟ ଦଳର କୋଚ ରାହୁଲ ଦ୍ରାବିଡ ଗିଲଙ୍କ ଫର୍ମକୁ ନେଇ ଚିନ୍ତିତ ନାହାନ୍ତି। ସେ ଗିଲଙ୍କ ସମର୍ଥନରେ ବହାରିଛନ୍ତି।
ଦ୍ରାବିଡ କହିଛନ୍ତି ଯେ, ମୁଁ ଶୁବମନ ଗିଲଙ୍କ ଫର୍ମ ବିଷୟରେ ଚିନ୍ତିତ ନୁହେଁ। ସେ ଭଲ ବ୍ୟାଟିଂ କରୁଛନ୍ତି। ପ୍ରତ୍ୟେକ ମ୍ୟାଚ ପରେ ଜଣେ ଖେଳାଳିଙ୍କୁ ସମାଲୋଚନା କରିପାରିବେ ନାହିଁ। ଖେଳରେ ଏମିତି ଘଟେ। ୱେଷ୍ଟଇଣ୍ଡିଜରେ ସ୍କୋର କରିବା ବ୍ୟାଟ୍ସମ୍ୟାନଙ୍କ ପାଇଁ ଚ୍ୟାଲେଞ୍ଜ। ଏଠାରେ ବ୍ୟାଟିଂ କରିବା ସହଜ ନୁହେଁ। ତିନୋଟି ଫର୍ମାଟ ପାଇଁ ଗିଲ ଆମର ଗୁରୁତ୍ୱପୂର୍ଣ୍ଣ ଖେଳାଳି।