ରାସ୍ତାରେ ଜମୁଛି ଡ୍ରେନ୍‌ ପାଣି, ବର୍ଷା ହେଲେ ସ୍ଥିତି ବେହାଲ

ରିଷିଡ଼ା,୪ା୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ରିଷିଡ଼ା କୁମ୍ଭାରପଡ଼ା ମିଳନ ଛକ ନିକଟରେ ରାସ୍ତାରେ ବର୍ଷାପାଣି ଜମିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। କିଛିଦିନ ହେଲା କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ରିଷିଡ଼ା କୁମ୍ଭାରପଡ଼ା, ମିଳନଛକଠାରେ ପ୍ରବଳ ବର୍ଷା ହେବାରୁ ରାସ୍ତାରେ ପାଣି ଜମି ରହିଛି। ଗାଁ ବାସିନ୍ଦା ଓ ସ୍କୁଲ ଛାତ୍ରୀଛାତ୍ର ପାଣିରେ ଚାଲିକି ଯିବା ଦେଖିବାକୁ ମିଳିଛି। କିଛିଦିନ ତଳେ ମିଳନ ଛକ ନିକଟରେ ବର୍ଷା ଯୋଗୁ ଡ୍ରେନ୍‌ ପାଇଁ ରାସ୍ତାରେ ପାଣି ଜମି କାଦୁଅ ହୋଇଛି। ଏଥିପାଇଁ କୁମ୍ଭାରପଡ଼ା, ମିଳନଛକ ବାସିନ୍ଦା ଓ ସ୍କୁଲ ଛାତ୍ରୀଛାତ୍ର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣି ନିଷ୍କାସନ ପାଇଁ କୁମ୍ଭାରପଡ଼ା,ମିଳନ ଛକ ବାସିନ୍ଦା ଜିଲା ପ୍ରଶାସନକୁ ଦାବି ଜଣାଇଥିଲେ ମଧ୍ୟ ପଞ୍ଚାୟତ କର୍ତ୍ତୃପକ୍ଷ ପକ୍ଷରୁ କୋଣସି ପଦକ୍ଷେପ ନେଉ ନ ଥିବାରୁ ଅଞ୍ଚଳରେ ଜନଅସନ୍ତୋଷ ବୃଦ୍ଧି ପାଇଛି।