ଗଲଓ୍ବାନ ଘାଟି ମାଷ୍ଟରମାଇଣ୍ଡ୍‌ଙ୍କୁ ପଦୋନ୍ନତି ଦେଲା ଡ୍ରାଗନ…

ବେଜିଂ,୭।୭: ଚାଇନା ସୈନ୍ୟ ବାହିନୀ ଉତ୍ତରପୂର୍ବ ଲଦାଖରେ ଭାରତୀୟ ସେନା ସହିତ ଲଗାତାର ଉତ୍ତେଜନା ଜାରି ରଖିଛି। ଏପରେସ୍ଥଳେ ଡ୍ରାଗନ୍‌ ସୈନ୍ୟ ବିଭାଗ ପକ୍ଷରୁ ଗଲଓ୍ବାନ ଘାଟିର ମାଷ୍ଟରମାଇଣ୍ଡ୍‌ ଶୁ କ୍ଲିଙ୍ଗ୍‌ଙ୍କୁ ପଦୋନ୍ନତି ଦେଇଛି। କ୍ଲିଙ୍ଗ୍‌ଙ୍କୁ ଓ୍ବେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ଜେନେରାଲ ପଦବୀରେ ନିଯୁକ୍ତି ପ୍ରଦାନ କରାଯାଇଛି। କ୍ଲିଙ୍ଗ୍‌ ଜେନେରାଲ ଝାଙ୍ଗ୍‌ ଶୁଡୋଙ୍ଗଙ୍କ ସ୍ଥାନରେ ଏବେ କାର୍ଯ୍ୟ କରିବେ। ଚାଇନା ପକ୍ଷରୁ ଏଭଳି କାହିଁକି କରାଯାଇଛି ସେନେଇ ସନ୍ଦେହ ଘନେଇବାରେ ଲାଗିଛି। ଏଲ୍‌ଏସିରେ ଭାରତୀୟ ସେନା ସତର୍କ ରହିଛନ୍ତିି।

Share