ନୂଆଦିଲ୍ଲୀ,୨୭।୩(ପି.ଟି.): ଯୌତୁକ ମୃତ୍ୟୁ ସମାଜରେ ଏକ ବଡ଼ କଳଙ୍କ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନଗତ ପ୍ରତିକାର ସତ୍ତ୍ୱେ ଉକ୍ତ ପ୍ରଥା ଜାରି ରହିଥିବା କହିଛନ୍ତି । ଫଳରେ ଅନେକ ହଜାର ମହିଳା ଅସ୍ବାଭାବିକ ମୃତ୍ୟୁର ସମ୍ମୁଖୀନ ହେଉଛନ୍ତି। ଯୌତୁକ ମୃତ୍ୟୁ ମାମଲାରେ ଜଣେ ବ୍ୟକ୍ତିଙ୍କ ଜାମିନକୁ ଜଷ୍ଟିସ୍ ଜେ.ବି. ପର୍ଦିଓ୍ବାଲା ଏବଂ ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି।
ପାଟନା ହାଇକୋର୍ଟ ଉକ୍ତ ଅଭିଯୁକ୍ତଙ୍କୁ ଜାମିନ ମଞ୍ଜୁର କରିଥିବାବେଳେ ତାହା ସମ୍ପୂର୍ଣ୍ଣ ଅସମର୍ଥନୀୟ ବୋଲି ଖଣ୍ଡପୀଠ କହିଛନ୍ତି । ଯୌତୁକ ମୃତ୍ୟୁ ଭଳି ଅତ୍ୟନ୍ତ ଗମ୍ଭୀର ଆପରାଧିକ ମାମଲାରେ ହାଇକୋର୍ଟ ନିଜର ବିବେଚନା ଅନୁଯାୟୀ ନିଷ୍ପତ୍ତି ନେବାବେଳେ ଅଧିକ ସତର୍କ ହେବା ଉଚିତ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।