ସ୍ଥାୟୀତ୍ୱକୁ ନେଇ ସନ୍ଦୀହାନ:ଇସି ସଂଘ ପକ୍ଷରୁ ଦାବିପତ୍ର

ଥୁଆମୂଳ ରାମପୁର,୧୧/୨ (ଦୁର୍ଗା କୀର୍ତ୍ତି)- ରାଜ୍ୟରେ ପ୍ରାଥମିକ ପର୍ଯ୍ୟାୟରେ ମନୋନୀତ ମିଶନ ଶକ୍ତି ଇସିମାନେ ୨୦୦୦ ଠାରୁ ୨୦୧୯ ମସିହା ପର୍ଯ୍ୟନ୍ତ କୌଣସି ଭତ୍ତା ନ ପାଇ ଅନବରତ ସେବା ଯୋଗାଇ ଆସିଥିଲେ। ଏବେ ଧାର୍ଯ୍ୟ ଗସ୍ତ ଭତ୍ତା ବ୍ୟବସ୍ଥା ଲାଗୁ ହେବାପରେ ଏମାନଙ୍କର ଦୀର୍ଘ ସେବାକୁ ଅବମୂଲ୍ୟାୟନ କରି ରିଷ୍ଟ୍ରକ୍ଚରିଂ ଆଳରେ ହଟାଇବା ବିଡ଼ମ୍ବନାର ବିଷୟ। ସମଗ୍ର ରାଜ୍ୟରେ ଗ୍ରାମାଞ୍ଚଳ ସ୍ତରରେ କାର୍ଯ୍ୟ କରୁଥିବା ଜୀବିକା ମିଶନ ମହିଳାକର୍ମୀ ନିଜ କାର୍ଯ୍ୟ କ୍ଷେତ୍ରରେ ସ୍ଥାୟୀତ୍ୱକୁ ନେଇ ସନ୍ଦୀହାନରେ ପଡିଛନ୍ତି। ଏହାର ସମାଧାନ ପାଇଁ ଥୁଆମୂଳ ରାମପୁର ବ୍ଲକର ଇସି ସଂଘ ପକ୍ଷରୁ ୧୦ ଦଫା ନେଇ ବିଡ଼ିଓଙ୍କ ଜରିଆରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରମୁଖ ଦାବି ମଧ୍ୟରେ ସ୍ଥାୟୀ ନିଯୁକ୍ତି, ମିଶନ ଶକ୍ତି ବିଭାଗ ଅଧିନରେ ଜୀବିକା ମିଶନ ଓ ମିଶନ ଶକ୍ତି ଇସିଙ୍କ ରିଷ୍ଟ୍ରକ୍ଚରିଂ ବନ୍ଦ, ସ୍ବୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ମହିଳାଙ୍କୁ ମାସିକ ଏକହଜାର ଟଙ୍କା ଭତ୍ତା ପ୍ରଦାନ ଆଦି ଅନ୍ୟତମ। ବ୍ଲକର ୨୪ ଗୋଟି ପଞ୍ଚାୟତରେ କାର୍ଯ୍ୟରତ ଇସିମାନେ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସରକାର ଏହାର ପୁନର୍ବିଚାର ନ କଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।