Categories: Home Leftଖେଳ

ଭିଲାସିରଙ୍କୁ ଡବଲ ଟାଇଟଲ

ଭୁବନେଶ୍ୱର, ୩।୬(କ୍ରୀଡ଼ା ପ୍ରତିନିଧି): ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ) ଓ ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ) ଆନୁକୂଲ୍ୟରେ ଖୋର୍ଦ୍ଧାର ବରୁଣେଇସ୍ଥିତ କେଟି ଗ୍ଲୋବାଲ ସ୍କୁଲ୍‌ ପରିସରରେ ଅନୁଷ୍ଠିତ ଟେନିସ ଟୁର୍ନାମେଣ୍ଟ ଶୁକ୍ରବାର ଶେଷ ହୋଇଛି। ଭାରତର ବିଭିନ୍ନ ସ୍ଥାନରୁ ୮୦ ଖେଳାଳି ଏଥିରେ ଅଂଶଗ୍ରହଣ କରିଥିଲେ। ନାଗାଲାଣ୍ଡର ଖାତି ଭିଲାସିର ଏହି ଟୁର୍ନାମେଣ୍ଟର ଡବଲ ଟାଇଟଲ ହାସଲ କରିଛନ୍ତି। ସିଙ୍ଗଲ୍ସ ଫାଇନାଲରେ ଭିଲାସିର ୬-୩, ୨-୬, ୭-୬ ସେଟ୍‌ରେ ନିଥଲାନ କିନ୍ନାତୁଭିଲାଇଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି। ସେହିପରି ଡବଲ୍ସ ଫାଇନାଲରେ ଭିଲାସିର ଓ ପଶ୍ଚିମବଙ୍ଗର ମହମ୍ମଦ ଫରଦିନ ଓଡ଼ିଶା ଯୋଡ଼ି ଅମୃତଜୟ ମହାନ୍ତି ଓ ଆଦିତ୍ୟ ମହାପାତ୍ରଙ୍କୁ ପରାସ୍ତ କରିଛନ୍ତି। ସୁପର ଟାଇବ୍ରେକରରେ ଶେଷ ହୋଇଥିବା ୩ ସେଟ୍‌ ବିଶିଷ୍ଟ ସଂଘର୍ଷପୂର୍ଣ୍ଣ ଫାଇନାଲରେ ଭିଲାସିର-ଫରଦିନ ଯୋଡ଼ି ୬-୧, ୨-୬, ୧୦-୬ରେ ବିଜୟୀ ହୋଇଛନ୍ତି। ଟୁର୍ନାମେଣ୍ଟର ମ୍ୟାଚ ରେଫରି ଥିଲେ ଜ୍ୟୋତି ଶଙ୍କର ନନ୍ଦ।