ପାକିସ୍ତାନକୁ ଡବଲ୍‌ ଆଟାକ୍‌: ପାକ୍‌ ବିରୋଧରେ ବାହାରିଲା ତାଲିବାନ

ଇସଲାମବାଦ, ୨୯।୪: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବାବେଳେ ଆଫଗାନିସ୍ତାନ ସୀମାରେ ବିବାଦ ଦେଖାଦେଇଛି। ପାକ୍‌ ସେନା ଦାବି କରିଛି ଯେ, ଆଫଗାନିସ୍ତାନ ସୀମା ଦେଇ ଦେଶ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୫୪ ଆତଙ୍କବାଦୀଙ୍କୁ ସେନା ହତ୍ୟା କରିଛିି। ଏହି ଘଟଣା ଉତ୍ତର-ପଶ୍ଚିମ ପାକିସ୍ତାନର ଖୈବର ପାଖତୁନଖୱା ପ୍ରାନ୍ତର ଉତ୍ତର ୱାଜିରିସ୍ତାନ ଜିଲ୍ଲାର ହାସନ ଖେଲ ଅଞ୍ଚଳରେ ଶୁକ୍ରବାର ଓ ରବିବାର ମଧ୍ୟରେ ଘଟିଛି। ସେନା କହିଛି ଯେ, ଏହି ଆତଙ୍କବାଦୀମାନେ “group of jihadists” (ପାକିସ୍ତାନୀ ତାଲିବାନ) ସଦସ୍ୟ ଥିଲେ ଏବଂ ସେମାନଙ୍କୁ “foreign masters”ଙ୍କ ନିର୍ଦ୍ଦେଶରେ ପାକିସ୍ତାନରେ ବଡ଼ ଆତଙ୍କବାଦ ଆକ୍ରମଣ ପାଇଁ ପଠାଯାଇଥିଲା।

Pakistan-Taliban ପାକିସ୍ତାନ ସେନାର ବିବୃତି ଅନୁସାରେ, ଗୁପ୍ତଚର ସୂଚନା ଆଧାରରେ ଏହି ଆତଙ୍କବାଦୀ ଗୋଷ୍ଠୀର ଗତିବିଧି ଚିହ୍ନଟ କରାଯାଇଥିଲା। ସୁରକ୍ଷା ବାହିନୀ ତିନିଦିଗରୁ ଆକ୍ରମଣ କରି ୫୪ ଆତଙ୍କୀଙ୍କୁ ହତ୍ୟା କରିଥିଲେ। ଏହି ଅପରେଶନରେ ପ୍ରଚୁର ପରିମାଣରେ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ବିସ୍ଫୋରକ ଜବତ କରାଯାଇଛି। ଜଣେ ସେନା ଅଧିକାରୀ କହିଛନ୍ତି, ଏହି ଅପରେଶନରେ ବଡ଼ ସଫଳତା ହାସଲ କରିଛୁ। ଏତେ ବଡ଼ ସଂଖ୍ୟାରେ ଆତଙ୍କୀ ପୂର୍ବରୁ କେବେ ନିପାତ ହୋଇନାହାନ୍ତି।”
ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏହି ଅପରେସନ ପାଇଁ ସୁରକ୍ଷା ବାହିନୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଆତଙ୍କବାଦୀଙ୍କ ପ୍ରବେଶ ରୋକିବାରେ ସେନାର ଏହି କାର୍ଯ୍ୟ ପ୍ରଶଂସନୀୟ।

Pakistan-Taliban ଏହି ଘଟଣା ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସୀମା ଉତ୍ତେଜନାକୁ ଆହୁରି ବଢାଇଛି। ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ପାକିସ୍ତାନରେ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ପାକିସ୍ତାନ ଅଭିଯୋଗ କରିଛି ଯେ, ଆଫଗାନିସ୍ତାନରୁ ଆତଙ୍କବାଦୀମାନେ ସୀମା ପାର ହୋଇ ଆକ୍ରମଣ କରୁଛନ୍ତି। ଇସଲାମାବାଦସ୍ଥିତ ସେଣ୍ଟର ଫର ରିସର୍ଚ ଆଣ୍ଡ ସିକ୍ୟୁରିଟି ଷ୍ଟଡିଜ ଅନୁସାରେ, ୨୦୨୪ ଥିଲା ପାକିସ୍ତାନ ପାଇଁ ଗତ ଦଶନ୍ଧିରେ ସବୁଠାରୁ ମାରାତ୍ମକ ବର୍ଷ, ଯେଉଁଠାରେ ଅଧିକାଂଶ ଆକ୍ରମଣ ଆଫଗାନ ସୀମା ନିକଟରେ ଘଟିଥିଲା।