ଅତ୍ୟାବଶକ ଜିନିଷ ଗଚ୍ଛିତ କରନ୍ତୁ ନାହିଁ: ଖାଦ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ,୮।୫: ଭାରତ-ପାକିସ୍ତାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟରେ କୌଣସି ଗୁଜବରେ ବିଶ୍ୱାସ କରି ଅତ୍ୟାବଶ୍ୟକ ଜିନିଷ ଆଣି ଘରେ ଗଚ୍ଛିତ କରି ନ ରଖିବାକୁ ଗୁରୁବାର କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଜନସାଧାରଣଙ୍କୁ ଅପିଲ କରିଛନ୍ତି।

ଏକ୍ସ’ରେ ସେ ଲେଖିଛନ୍ତି, ଦେଶର କେତେକ ସ୍ଥାନରେ କିଛି ଗୁଜବକୁ ପ୍ରଚାର କରାଯାଉଛି। ଫଳରେ ଲୋକ ଜରୁରୀ ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଦୈନନ୍ଦିନ ଆବଶ୍ୟକତା ସଂଗ୍ରହ କରିବାକୁ ବଜାରରେ ଭିଡ଼ ଲଗାଉଛନ୍ତି। ଦେଶରେ ପ୍ରତିଟି ନିର୍ତ୍ୟ ବ୍ୟବହାର ଯୋଗ୍ୟ ଜିନିଷ ଏବଂ ଖାଦ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ମାତ୍ରାରେ ରହିଛି। ତେଣୁ କୌଣସି ଜରୁରୀ ଖାଦ୍ୟ ସାମଗ୍ରୀ ପାଇଁ ବଜାରରେ ଭିଡ଼ ଲଗାଇବାର ଆବଶ୍ୟକତା ନାହିଁ ବୋଲି ଜନସାଧାରଣଙ୍କୁ ଅପିଲ କରିଛନ୍ତି।