କୋରାପୁଟ ରାୟଗଡା ରାସ୍ତାରେ ଓଲଟିଲା ଘରୋଇ ପର୍ଯ୍ୟଟକ ବସ: ୧୦ରୁ ଊର୍ଦ୍ଧ୍ୱ…

କୋରାପୁଟ,୧୦।୧୧(ଅମିତାଭ ବେହେରା): ରାୟଗଡାରୁ କୋରାପୁଟ ଆସୁଥିବା ଏକ ପର୍ଯ୍ୟଟକଙ୍କ ବସ୍‌ ସ୍ଥାନୀୟ ରୂଢିଆମ୍ବ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଓଲଟି ପଡିଛି। ଏଥିରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସେଥିରୁ ୩ ଗୁରୁତରଙ୍କୁ କୋରାପୁଟସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ କୋରାପୁଟ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଏହି ଘଟଣା ସୋମବାର ଅପରାହ୍ନ ୫ ଟାରେ ହୋଇଥିବା ବେଳେ ଏହି ବସରେ ୩୦ରୁ ଊର୍ଦ୍ଧ ଯାତ୍ରୀ ରହିଥିଲେ ବୋଲି ଜଣାପଡିଛି।