FILE PHOTO: The Instagram application is seen on a phone screen August 3, 2017. REUTERS/Thomas White/File Photo
ନୂଆଦିଲ୍ଲୀ,୧୭।୯: ଇନଷ୍ଟାଗ୍ରାମ ଏବେ କେବଳ ଫଟୋ ଓ ରିଲ୍ସ ଶେୟାର କରିବାର ପ୍ଲାଟଫର୍ମ ନୁହେଁ, ବରଂ କୋଟି କୋଟି ଟଙ୍କା ରୋଜଗାର ଓ ଲୋକପ୍ରିୟତା ଅର୍ଜନର ମାଧ୍ୟମ ହୋଇଛି। କ୍ରିଏଟରମାନେ କିଛି ସହଜ ଟିପ୍ସ ଅନୁସରଣ କରି ଫଲୋଅର୍ସ ଓ ଆୟ ବୃଦ୍ଧି କରିପାରନ୍ତି।
ସଠିକ ସମୟରେ ପୋଷ୍ଟ କରନ୍ତୁ: ଇନଷ୍ଟାଗ୍ରାମରେ ରିଚ୍ ବୃଦ୍ଧି ପାଇଁ ଅଡିଏନ୍ସ ସବୁଠୁ ଅଧିକ ସକ୍ରିୟ ଥିବା ସମୟରେ ପୋଷ୍ଟ କରନ୍ତୁ। ଏହା ଦ୍ୱାରା କଣ୍ଟେଣ୍ଟର ଦୃଶ୍ୟମାନତା ଓ ଏନଗେଜମେଣ୍ଟ ବଢ଼ିବ, ଯାହା ଫଲୋଅର୍ସ ଓ ଆୟ ବୃଦ୍ଧିରେ ସହାୟକ ହେବ।
ଇନଫ୍ଲୁଏନସରଙ୍କ ସହ ସହଯୋଗ: ଅନ୍ୟ ଇନଫ୍ଲୁଏନସରଙ୍କ ସହ କୋଲାବୋରେସନ କରି ରିଲ୍ସ ଓ ପୋଷ୍ଟ ଶେୟାର କଲେ ନୂଆ ଦର୍ଶକଙ୍କ ପାଖରେ ପହଞ୍ଚିବା ସହ ଫଲୋଅର୍ସ ବଢ଼ିବ।
ନିୟମିତ ପୋଷ୍ଟିଂ: ଫଲୋଅର୍ସ ଓ ରିଚ୍ ବୃଦ୍ଧି ପାଇଁ ନିୟମିତ ପୋଷ୍ଟ କରିବା ଜରୁରୀ। ମାଝେ ମଧ୍ୟେ ପୋଷ୍ଟ କଲେ ଦୃଶ୍ୟମାନତା ଓ ଫଲୋଅର୍ସ ବଢ଼ିବ ନାହିଁ।
କ୍ୱାଲିଟି ଉପରେ ଗୁରୁତ୍ୱ: ଉଚ୍ଚ କ୍ୱାଲିଟି ଓ ଅଥେଣ୍ଟିକ କଣ୍ଟେଣ୍ଟ ଉପରେ ଧ୍ୟାନ ଦିଅନ୍ତୁ। କମ ପୋଷ୍ଟ ହେଉଛି ତାହା ଠିକ୍, କିନ୍ତୁ କ୍ୱାଲିଟିରେ ବୁଝାମଣା କରନ୍ତୁ ନାହିଁ।
ସର୍ଟ ଭିଡିଓର ଜାଦୁ: ୧୫ ସେକେଣ୍ଡରୁ କମ ସମୟର ରିଲ୍ସ ଅଧିକ ଲୋକପ୍ରିୟ। ଟ୍ୟୁଟୋରିଆଲ, ପ୍ରୋଡକ୍ଟ ହାଇଲାଇଟ କିମ୍ବା ବିହାଇଣ୍ଡ-ଦି-ସିନ୍ସ ଭଳି ସର୍ଟ ଭିଡିଓ ଶେୟାର କରି ଫଲୋଅର୍ସ ବୃଦ୍ଧି କରନ୍ତୁ।
ଏହି ଟିପ୍ସ ଅନୁସରଣ କରି ଇନଷ୍ଟାଗ୍ରାମରେ ଫଲୋଅର୍ସ ଓ ଆୟ ବୃଦ୍ଧି କରି ଜଣେ ସଫଳ କ୍ରିଏଟର ହୋଇପାରିବେ।