ମ୍ୟାଚ୍‌ ବେଳେ ମଇଦାନକୁ ପଶି ଆସିଲା କୁକୁର, ତା’ ପରେ ଯାହା ହେଲା…

ନୂଆଦିଲ୍ଲୀ,୫।୭: ଅଷ୍ଟ୍ରେଲିଆ ଦଳ ବର୍ତ୍ତମାନ ୱେଷ୍ଟଇଣ୍ଡିଜ ଗସ୍ତରେ ଅଛି। ଏହି ଦୁଇ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଶେଷ ହୋଇଛି ଯେଉଁଥିରେ ଅଷ୍ଟ୍ରେଲିଆ ୧୫୯ ରନରେ ବିଜୟୀ ହୋଇଛି। ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ମଧ୍ୟ ଟିମ୍‌ ଅଷ୍ଟ୍ରେଲିଆର ପ୍ରଦର୍ଶନ ଦୃଢ଼ ରହିଛି। ସେମାନେ ୱେଷ୍ଟଇଣ୍ଡିଜ ଉପରେ ଚାପ ପକାଇଛନ୍ତି। ତଥାପି ଦ୍ୱିତୀୟ ଟେଷ୍ଟ ମ୍ୟାଚ ସମୟରେ, ଗ୍ରେନାଡାର ନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଏକ କୁକୁର ପଶିଆସିଥିଲା। ଫଳରେ ଖେଳାଳିମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ମ୍ୟାଚ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଶୁକ୍ରବାର ୪ ଜୁଲାଇ, ଟେଷ୍ଟ ମ୍ୟାଚ ର ଦ୍ୱିତୀୟ ଦିନରେ, ଯେତେବେଳେ ୱେଷ୍ଟଇଣ୍ଡିଜ ଦଳ ବ୍ୟାଟିଂ କରୁଥିଲା, ହଠାତ ଏକ କୁକୁର ମଇଦାନ ଭିତରକୁ ଆସିଯାଇଥିଲା। କ୍ଷେତ୍ରରକ୍ଷଣ କରୁଥିବା କିଛି ଅଷ୍ଟ୍ରେଲିଆ ଖେଳାଳିଙ୍କୁ ମଧ୍ୟ ସେହି କୁକୁର ଭୟ କରୁଥିବା ଦେଖାଯାଇଥିଲା। ସମସ୍ତେ ଚାହୁଁଥିଲେ ଯେ କୁକୁରକୁ ଯଥାଶୀଘ୍ର ପଡ଼ିଆରୁ ବାହାର କରିଦିଆଯାଉ। କିଛି ସମୟ ପରେ, କୁକୁରକୁ ପଡ଼ିଆରୁ ଘଉଡ଼ାଇ ଦିଆଯାଇଥିଲା ଏବଂ ମ୍ୟାଚ ପୁଣି ଆରମ୍ଭ ହୋଇଥିଲା। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଲୋକମାନେ ଭିଡିଓଟିକୁ ପସନ୍ଦ କରିଛନ୍ତି ଏବଂ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି।

Share