ହଇରାଣ କରୁଥିଲା କୁକୁର; ରାଗରେ ବାଡି ଧରି ଗୋଡାଇଲା ମାଙ୍କଡ: ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ କିଛି ହସର ଖୋରାକ ଯୋଗାଉଥିବା ବେଳେ କିଛି ଉପରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ। ଏହି କ୍ରମରେ ଏବେ ଏକ କୁକୁର ଏବଂ ମାଙ୍କଡର ଭିଡିଓ ଭାଇରାଲ ହେଉଛି। ଲୋକମାନେ ଉକ୍ତ ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି।

ଭିଡିଓରେ ଏକ ମାଙ୍କଡ଼ ଗଛ ମୂଳେ ଆରାମରେ ବସିଥିବା ଦେଖାଯାଉଛି। ସେତିକିବେଳେ ସେଠାରେ ଏକ କୁକୁର ପହଞ୍ଚି ମାଙ୍କଡକୁ ହଇରାଣ କରିଥିଲା। କିଛି ସମୟ ଏପରି ଚାଲିଥିବା ବେଳେ ମାଙ୍କଡଟି ତାକୁ ଘଉଡାଇବାକୁ ଚେଷ୍ଟା କରିଥିଲା। ହେଲେ କୁକୁର ନ ଶୁଣିବାରୁ ରାଗରେ ଏକ ବାଡି ଧରି ମାଙ୍କଡ ବାଡେଇବାକୁ ଲାଗିଲା।

ଦେଖନ୍ତୁ ଭିଡିଓ: