Portrait an unknown male doctor holding a stethoscope behind
କଟକ ଅଫିସ,୨।୧୧: ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟର ପୂର୍ବତନ ମେଡିସିନ ସ୍ପେଶାଲିଷ୍ଟ ଡାକ୍ତର ଧ୍ରୁବଚରଣ ନାଥଙ୍କ ୭ଲକ୍ଷ ୫୫ ହଜାର ୪୨୭ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରାଯିବ। ଏନେଇ ଗତ ୩୦ ତାରିଖରେ କଟକ ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡା. ନାଥଙ୍କ ବିରୋଧରେ ୧୯୯୬ ମେ ୧୦ରେ ବାଲେଶ୍ୱର ଭିଜିଲାନ୍ସ ଡିଭିଜନରେ ଏକ ମାମଲା (ନଂ.୧୬/୯୬) ରୁଜୁ ହୋଇଥିଲା। ତଦନ୍ତ ପରେ ୧୯୯୯ ସେପ୍ଟେମ୍ବର ୨୮ରେ ଭିଜିଲାନ୍ସ କୋର୍ଟରେ ଚାର୍ଜଶିିଟ ଦାଖଲ କରାଯାଇଥିଲା। ପରେ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଭିଜିଲାନ୍ସ ପକ୍ଷରୁ କଟକ ସ୍ବତନ୍ତ୍ର କୋର୍ଟରେ ଏକ ମାମଲା (ନଂ. ୦୨/୨୦୧୯) ରୁଜୁ ହୋଇଥିଲା। କୋର୍ଟ ଏହି ମାମଲାର ବିଚାର କରି ନାଥଙ୍କ ସମ୍ପତ୍ତି ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ ଦେଇଛନ୍ତି। ବାଲେଶ୍ୱର ଭିଜିଲାନ୍ସ ଡିଏସ୍ପି ଲମ୍ବୋଦର ପାତ୍ର ଏହି ମାମଲାର ତଦନ୍ତ କରୁଥିବାବେଳେ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଗିରିଜା ପ୍ରସାଦ ପଟ୍ଟନାୟକ ଏହାକୁ ପରିଚାଳନା କରୁଥିଲେ।