କରୋନା ଆଇସୋଲେଶନ୍‌ ଓ୍ବାର୍ଡ୍‌ରେ ନର୍ସଙ୍କୁ ଦୁର୍ବ୍ୟବହାର: ନିର୍ଧୁମ ଛେଚା ଖାଇଲେ ଡାକ୍ତର

ହରିୟାଣାର ପଞ୍ଚକୁଳାର ଏକ ଡାକ୍ତରଖାନାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। କରୋନା ଆଇସୋଲେଶନ୍‌ ଓ୍ବାର୍ଡରେ ଜଣେ ନର୍ସଙ୍କ ସହ ଦୁର୍ବବ୍ୟହାର କରିବାକୁ ନେଇ ଡାକ୍ତରଙ୍କୁ ନିର୍ଧୁମ ମାଡ଼ ଖାଇବାକୁ ପଡ଼ିଥିବା ଚର୍ଚ୍ଚାର ବିଷୟ ପାଲଟିଛି।

ଶନିବାର ରାତିର ଏହି ଘଟଣା। କରୋନା ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଆଇସୋଲେଶନ ଓ୍ବାର୍ଡରେ ଉକ୍ତ ନର୍ସଙ୍କ ଡ୍ୟୁଟି ଥିଲା। ଏହି ସମୟରେ ଡାକ୍ତରଜଣଙ୍କ ରାଉଣ୍ଡରେ ଆସିଥିଲେ। ସେଠାରେ ନର୍ସଙ୍କୁ ଏକୁଟିଆ ଦେଖି ତାଙ୍କୁ ଦୁର୍ବ୍ୟବହାର କରିବାକୁ ପଛାଇ ନ ଥିଲେ। ସେତେବେଳେ ସେ ମଦ ନିଶାରେ ଥିବା ନର୍ସଜଣଙ୍କ ଜାଣିବାକୁ ପାଇଥିଲେ।

ନର୍ସ ଏ ନେଇ ଡାକ୍ତରଖାନା ପରିଚାଳନା କମିଟିକୁ ଜଣାଇଥିଲେ। ଘଟଣାସ୍ଥଳରେ ପିଏମ୍‌ଓ ଏବଂ ଆର୍‌ଏମ୍‌ଓ ପହଞ୍ଚିଥିଲେ। ହେଲେ ସେତେବେଳକୁ ଡାକ୍ତର ଉକ୍ତ ଓ୍ବାର୍ଡ୍‌ରୁ ଚମ୍ପଟ ମାରିଥିଲେ। ହେଲେ ଘଟଣାସ୍ଥଳରେ ପହଞ୍ଚିଥିବା ଅଧିକାରୀମାନେ ଡାକ୍ତରଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ କାର୍‌ରେ ଟିଫିନ୍‌ ରଖିବାର ବାହାନା ଦେଖାଇ ଚାଲିଯାଇଥିଲେ। ହେଲେ ସେତେବେଳକୁ ସେ ନିର୍ଧୁମ ମାଡ଼ ଖାଇ ସାରିଥିଲେ। ପଞ୍ଚକୁଳା ସେକ୍ଟର ୫ ଥାନାରେ ଏନେଇ ଅଭିଯୋଗ ହେବା ପରେ ଉକ୍ତ ଡାକ୍ତରଙ୍କୁ ଗିରଫ କରାଯାଇଛି। ଏଥିସହ ମାମଲାର ଯାଞ୍ଚ ଚାଲିଛି।