ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା। କିଛି ମାସ ବ୍ୟବଧାନ ପରେ ସେମାନଙ୍କର ଓଜନ ପୂର୍ବାପେକ୍ଷା କେତେକାଂଶରେ ନିୟନ୍ତ୍ରଣରେ ରହିଥିବା ସିଡ୍‌ନୀ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀମାନେ ଜାଣିପାରିଛନ୍ତି। ସକାଳେ ଖାଲି ପେଟରେ ଏବଂ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଉଷୁମ ପାଣି ସହ ଗୋଟିଏ ଲେମ୍ବୁ ରସ ଓ ଗୋଟିଏ ଚାମଚ ମହୁ ମିଶାଇ ପିଇଲେ ମଧ୍ୟ ଓଜନ ହ୍ରାସ ପାଏ। ମହୁରେ ମଧ୍ୟ ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ରହିଛି। ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ଯେ, ନିୟମିତ ମହୁ ଖାଇଲେ ତାହା ହୃଦ୍‌ରୋଗ ଏପରିକି ଷ୍ଟ୍ରୋକ୍‌ ଆଶଙ୍କାକୁ କେତେକାଂଶରେ ଦୂରେଇ ରଖିଥାଏ। ଉଚ୍ଚ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ମହୁ ଶରୀରରେ ଶର୍କରାର ପରିମାଣକୁ ମଧ୍ୟ ସନ୍ତୁଳିତ ରଖେ। ଡାଇବେଟିସ୍‌ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ମହୁ ବେଶ୍‌ ଉପଯୋଗୀ। ରକ୍ତହୀନତା ଭୋଗୁଥିବା ରୋଗୀମାନଙ୍କ ପାଇଁ ମହୁ ବେଶ୍‌ ହିତକର। ଛୋଟ ପିଲାମାନଙ୍କୁ ମୁଖ୍ୟତଃ ଥଣ୍ଡା, କାଶ ଓ କଫ ବେଶି ହୋଇଥାଏ। ସେମାନଙ୍କ ପାଇଁ ଏହା ବରଦାନ ସଦୃଶ। ଘରୋଇ ଉପଚାର ଭାବରେ ମହୁ ସହ କ୍ଷୀର ମିଶାଇ ପିଇବା ଦ୍ୱାରା ସେମାନଙ୍କୁ ଆରାମ ମିଳିଥାଏ। ଏହା ଆମ ମସ୍ତିଷ୍କ କାର୍ଯ୍ୟଧାରାକୁ ସକ୍ରିୟ ରଖିବା ସହ ସ୍ମରଣ ଶକ୍ତି ବୃଦ୍ଧି କରିବାରେ କେତେକାଂଶରେ ସହାୟକ ହୋଇଥାଏ।

 

Dharitri – Odisha’s No.1 Odia Daily

 

Share