ବ୍ୟାଙ୍କରେ ଏକରୁ ଅଧିକ ଆକାଉଣ୍ଟ ଅଛି କି? ଜାଣି ନିଅନ୍ତୁ ନହେଲେ ଦେବାକୁ ପଡିବ ଟଙ୍କା!

ଆପଣଙ୍କର ଗୋଟିଏରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଅଛି କି? ଯଦି ହଁ ଜାଣିବା ଜରୁରୀ, ଆଧୁନିକ ଡିଜିଟାଲ କାରବାରର ଏକ ମୁଖ୍ୟ ସୋର୍ସ ହେଉଛି ଏକ ବ୍ୟାଙ୍କ ଆକାଉଣ୍ଟ । ଅନଲାଇନରେ ସରକାରୀ ଲାଭ, ସଞ୍ଚୟ ଏବଂ କାରବାର ପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ଜରୁରୀ । ଜଣେ ୧ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲି ପାରିବ କି? ଅନେକ ଲୋକ ଏହି ପ୍ରଶ୍ନକୁ ନେଇ ଦ୍ବନ୍ଦ୍ବରେ ରୁହନ୍ତି । ଏହା ଟଙ୍କା କିମ୍ବା ସଞ୍ଚୟ ଉପରେ ପ୍ରଭାବ ପକାଇଥାଏ ।

ଆର୍ଥିକ ଲକ୍ଷ୍ୟ ଏବଂ ଆବଶ୍ୟକତା ମଧ୍ୟ ଭିନ୍ନ। ତେଣୁ ଜଣଙ୍କର ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିପାରେ । କିନ୍ତୁ ସମାନ କ୍ଷମତା ସହିତ ପ୍ରତ୍ୟେକ ଆକାଉଣ୍ଟକୁ ବଜାୟ ରଖିବା ମଧ୍ୟ ଏକ କଷ୍ଟ କାର୍ଯ୍ୟ । ଏହା ବ୍ୟତୀତ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ହେବାର କିଛି ଅସୁବିଧା ଅଛି ।
ଜଣେ କେତେ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବ? ଆପଣ କେବେ ଚିନ୍ତା କରିଛନ୍ତି କି ଗୋଟିଏରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ରହିବା ପାଇଁ ନିୟମ କ’ଣ? ଜଣେ କେତେ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବ? ଆପଣ କେବେ ଚିନ୍ତା କରିଛନ୍ତି କି ଗୋଟିଏରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ରହିବା ପାଇଁ ନିୟମ କ’ଣ?

ଯଦି ଆଣ ଅପାଣଙ୍କର ଆକାଉଣ୍ଟକୁ ବୈଧ କାରବାର ଜାରି ରଖିବ ତେବେ କୌଣସି କ୍ଷତି ହେବ ନାହିଁ । ଯଦି ଆପଣ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଦୀର୍ଘ ସମୟ ବ୍ୟବହାର କରନ୍ତି ନାହିଁ, ତେବେ ବ୍ୟାଙ୍କ ଆପଣଙ୍କ ଆକାଉଣ୍ଟ ବନ୍ଦ କରିପାରେ । ତେଣୁ, ସମସ୍ତ ଖାତା ବ୍ୟବହାର ଜାରି ରଖନ୍ତୁ । ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲିବାବେଳେ କିଛି ଜିନିଷକୁ ଧ୍ୟାନରେ ରଖିବା ଉଚିତ। ଯେତେବେଳେ କି କିଛି ଲୋକ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସରକାରୀ ଯୋଜନାର ଲାଭ ମଧ୍ୟ ପାଇଥାନ୍ତି । ଏପରି ପରିସ୍ଥିତିରେ, ଗୋଟିଏ କିମ୍ବା ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଥାଇପାରେ ।

କିଛି ଲୋକ ଅଛନ୍ତି ଯେଉଁମାନଙ୍କର ଦୁଇଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଅଛି, ତେବେ ଆପଣଙ୍କ ମନରେ କେବେ ପ୍ରଶ୍ନ ଅଛି କି ଜଣେ ବ୍ୟକ୍ତିଙ୍କର କେତେ ବ୍ୟାଙ୍କ ଆକାଉଣ୍ଟ ରହିପାରିବ ? ବ୍ୟାଙ୍କ ଆକାଉଣ୍ଟ ଖୋଲିବା ବିଷୟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ନିୟମରେ କ’ଣ କୁହାଯାଇଛି ? ତେବେ ଆସନ୍ତୁ ଆପଣଙ୍କୁ କହିବା ଯେ ଆରବିଆଇର ଏପରି ନିୟମ ଅଛି, ଯାହା ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ।

ଜାଣନ୍ତୁ କତେ ପ୍ରକାରର ବ୍ୟାଙ୍କ ଆକାଉଣ୍ଟ ଅଛି ?
୧. ସଞ୍ଚୟ ଆକାଉଣ୍ଟ
୨. କରେଣ୍ଟ ଆକାଉଣ୍ଟ
୩. ଦରମା ଆକାଉଣ୍ଟ (ଜିରୋ ବାଲାନ୍ସ ଆକାଉଣ୍ଟ)
୪. ଦରମା ଆକାଉଣ୍ଟ
୫. ମିଳିତ ଆକାଉଣ୍ଟ (ସଞ୍ଚୟ ଓ କରେଣ୍ଟ ଆକାଉଣ୍ଟ )

ଯଦି ଆପଣ ଆପଣଙ୍କର ଦୈନିକ କିମ୍ବା ମାସିକ ସଞ୍ଚୟ, ସଞ୍ଚୟ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏଥିପାଇଁ ଏକ ସଞ୍ଚୟ ଆକାଉଣ୍ଟ ଖୋଲିପାରିବେ । ଦେଶରେ ସେଭିଂ ଆକାଉଣ୍ଟ ହେଉଛି ସର୍ବାଧିକ ବ୍ୟବହୃତ ପ୍ରାଥମିକ ଆକାଉଣ୍ଟ । ସଞ୍ଚୟ ଆକାଉଣ୍ଟରେ ସୁଧ ଦିଆଯାଏ ।
ବିଭିନ୍ନ ମାସ ଅନୁଯାୟୀ ବିଭିନ୍ନ ବ୍ୟାଙ୍କ ଦ୍ୱାରା ସୁଧ ହାର ମଧ୍ୟ ଦିଆଯାଏ । ଏହା ବ୍ୟତୀତ ଲୋକମାନେ ବ୍ୟବସାୟ ପାଇଁ କରେଣ୍ଟ ଆକାଉଣ୍ଟ ବ୍ୟବହାର କରନ୍ତି । ଯେତେବେଳେ କି କିଛି ଲୋକ ଦରମା ପାଇଁ ଦରମା ଖାତା ବ୍ୟବହାର କରନ୍ତି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ଭାରତରେ କେଣସି ସଂଖ୍ୟକ ଆକାଉଣ୍ଟ ରଖିପାରିବେ । ଏଥିପାଇଁ କେଣସି ସୀମା ଧାର୍ଯ୍ୟ କରାଯାଇ ନାହିଁ । ତଥାପି, ଏହା ଜରୁରୀ ଯେ ଆପଣ ଖୋଲିଥିବା ସମସ୍ତ ବ୍ୟାଙ୍କ ଆକାଉଣ୍ଟ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ ବ୍ୟାଙ୍କ ଦ୍ୱାରା ଦେୟ ଆଦାୟ ହେବ ।