ନୂଆଦିଲ୍ଲୀ,୩୦।୧୧: ଆପଣଙ୍କ ପାଖରେ କେତେ ବ୍ୟାଙ୍କ ଆକାଉଣ୍ଟ ରହିବା ଉଚିତ୍? ଅନେକ ଲୋକ ଏହି ପ୍ରଶ୍ନକୁ ନେଇ ଦ୍ବନ୍ଦ୍ବରେ ରୁହନ୍ତି। ଏହା ଟଙ୍କା କିମ୍ବା ସଞ୍ଚୟ ଉପରେ ପ୍ରଭାବ ପକାଇଥାଏ । ଏହି ପ୍ରଶ୍ନର କୌଣସି ସରଳ ଉତ୍ତର ନାହିଁ । ପ୍ରତ୍ୟେକ ବ୍ୟକ୍ତିଙ୍କର ଆବଶ୍ୟକତା ଅଲଗା । ସେହି ହିସାବରେ ଆକାଉଣ୍ଟ ମଧ୍ୟ ଖୋଲିଥାନ୍ତି ।
ନିୟମ ଅନୁଯାୟୀ, ପ୍ରତ୍ୟେକ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବାକୁ ପଡେ । ଏହା ଗୁରୁତ୍ୱପୂର୍ଣ୍ଣ । ଅନେକ ବ୍ୟାଙ୍କ ରହିଛି ଯେଉଁମାନେ କି ନିୟମ କରିଛନ୍ତି । ବ୍ୟାଙ୍କରେ ସର୍ବନିମ୍ନ ବାଲାନ୍ସ ନରହିଲେ ଫାଇନ ଦେବାକୁ ପଡିଥାଏ । ଧରାଯାଉ ଜଣେ ବ୍ୟକ୍ତିଙ୍କର ବିଭିନ୍ନ ବ୍ୟାଙ୍କରେ ୫ଟି ଆକାଉଣ୍ଟ ଅଛି । ସେ ତାଙ୍କର ପ୍ରତ୍ୟେକ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିଥିଲେ । ଫଳସ୍ୱରୂପ, ଆକାଉଣ୍ଟ କାର୍ଯ୍ୟକ୍ଷମ ହେବା ସତ୍ତ୍ବେ ତାଙ୍କର ଟଙ୍କା ମଧ୍ୟ ଅନେକ ସ୍ଥାନରେ ଅଟକି ରହିଯାଏ । ସେ ତାଙ୍କ ଅର୍ଥର ଲାଭ ଉଠାଇ ପାରନ୍ତି ନାହିଁ ।
ଆରବିଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି ଆକାଉଣ୍ଟକୁ ୨ ବର୍ଷରୁ ଅଧିକ ସମୟ ବ୍ୟବହୃତ ହୋଇନାହିଁ , ତେବେ ବ୍ୟାଙ୍କ ସେହି ଆକାଉଣ୍ଟଗୁଡିକୁ ନିଷ୍କ୍ରିୟ କରିଦେଇଥାଏ । ପୁଣି ଥରେ ଚାଲୁ କରିବାକୁ ଦରଖାସ୍ତ ଦେବାକୁ ପଡିଥାଏ ଏବଂ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ପଡିଥାଏ ।